www.samajalive.in
Sunday, November 16, 2025
15.1 C
Bhubaneswar

ରାଜ୍ୟ ସରକାରଙ୍କୁ ଦୁଇଟି ଅମ୍ଳଜାନ ଟ୍ୟାଙ୍କର ଦେଲା ଜେଏସପିଏଲ୍‍

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ସକାଶେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ପକ୍ଷରୁ ଦୁଇଟି କ୍ରାୟୋଜେନିକ ଟ୍ୟାଙ୍କର ଯୋଗାଇ ଦିଆଯ।।ଇଛି। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ତରଳ ମେଡିକାଲ ଅମ୍ଳଜାନ ଯୋଗାଣ ନିମନ୍ତେ ଏହି ଦୁଇଟି ଟ୍ୟାଙ୍କର ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବହାର କରାଯିବ। ନିକଟରେ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନଙ୍କର ବୈଠକରେ କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ସହଯୋଗ କରିବାକୁ ଶିଳ୍ପଗୁଡିକୁ ଅନୁରୋଧ କରାଯାଇଥିଲା। ଉକ୍ତ ବୈଠକର ସପ୍ତାହକ ମଧ୍ୟରେ ଜେଏସପିଏଲ ପକ୍ଷରୁ ଏହି ଦୁଇଟି ଟ୍ୟାଙ୍କର ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଜେଏସପିଏଲ ତାହାର ଅନୁଗୁଳସ୍ଥିତ ମେଗା ଇସ୍ପାତ କାରଖାନାରୁ ଗତ ଏପ୍ରିଲ ମାସରୁ ତରଳ ମେଡିକାଲ ଅମ୍ଳଜାନ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଆସୁଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅନୁଗୁଳ କାରଖାନାରୁ ଦୈନିକ ପ୍ରାୟ ୧୦୦ ଟନ୍‍ ତରଳ ମେଡିକାଲ ଅମ୍ଳଜାନ ଯୋଗାଇ ଦିଆଯାଉଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories