www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ ନିୟମ ଭାଙ୍ଗିବା ନେଇ ୯.୮୪ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି : ଡିଜିପି ଶ୍ରୀ ଅଭୟ

ଭୁବନେଶ୍ୱର : ରାଜ୍ୟର କୋଭିଡ୍ ପରିସ୍ଥିତି ଓ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସତର୍କତା ଅବଲମ୍ବନ ନେଇ ଡିଜିପି ଶ୍ରୀ ଅଭୟ ଗୁରୁବାର ସୂଚନା ଦେଇଛନ୍ତି। ଘରୁ ବାହାରିଲେ ମାସ୍କ ପିନ୍ଧିବା ଓ, ସାମାଜିକ ଦୂରତା ପାଳନ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ୩ ଲକ୍ଷ ୧୬ ହଜାର ୬୮୨ ଜଣଙ୍କ ବିରୋଧରେ କୋଭିଡ ନିୟମ ଭାଙ୍ଗିବା ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସେହିପରି ଅମାନିଆଙ୍କଠୁ ମୋଟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଅମାନିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୨ ହଜାର ୧୮୦ଟି ଦୋକାନକୁ ସିଲ୍ କରାଯାଇଛି । ୮୩୧ ଲୋକଙ୍କୁ ଗିରଫ ଓ ୨୬ ହଜାର ୧୪୬ଟି ଗାଡି ଜବତ ହୋଇଛି ବୋଲି ଡିଜିପି କହିଛନ୍ତି।

କୋଭିଡ ସମୟରେ କଠିନ ପରିଶ୍ରମ ପାଇଁ ପୁଲିସ କର୍ମଚାରୀ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଳାବଜାରୀ ହେଉଥିଲେ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ସାଇବର ଠକ ନୂତନ ଅପରାଧ ଶୈଳୀରେ ଠକୁଛନ୍ତି ତେଣୁ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି।
ଟେଲି ମେଡିସିନ୍ ନେଇ ମଧ୍ୟ ବିଭିନ୍ନ  ସାଇଟରେ ଠକେଇ କରାଯାଉଛି । ବିଭିନ୍ନ ଆପ୍ ଓ ସାଇଟରେ କୋଭିଡ୍ ସମ୍ପର୍କିତ ସୂଚନା ମିଳୁଛି। ସେହି ସାଇଟକୁ ଯିବା ପୂର୍ବରୁ ଆଉଥରେ ଚେକ୍ କରନ୍ତୁ । ଏହି ସମୟରେ ବିଭିନ୍ନ ଫେକ୍ ଇ-କମର୍ସ ସାଇଟ୍ ବାହାରିଛି । ଏହି ସାଇଟରେ ପେମେଣ୍ଟ କରିବା ପୂର୍ବରୁ ଭଲ ଭାବେ ଚେକ୍ କରନ୍ତୁ ବୋଲି ଡିଜିପି କହିଛନ୍ତି। ବିଭିନ୍ନ ସାଇଟରେ ଫେକ୍ କୋଭିଡ ସର୍ଭେ କରାଯାଉଛି । ଏଥିରେ ଆପଣଙ୍କ ବିଭିନ୍ନ ତଥ୍ୟକୁ ସେମାନେ ନେଇଯାଉଛନ୍ତି ବ୍ୟକ୍ତିଗତ, ମେଡିକାଲ ଓ ଆର୍ଥିକ ସମ୍ପର୍କିତ ତଥ୍ୟକୁ ସେୟାର କରନ୍ତୁ ନାହିଁ। କୌଣସି ଆପକୁ ଡାଉନଲୋଡ କରିବା ପୂର୍ବରୁ ଚେକ୍ କରନ୍ତୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories