www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ ଟିକାକରଣ : ଟିକା ନେଲେଣି ୧ କୋଟି ୨୧ ଲକ୍ଷ ୬୫ ହଜାର ୫୯୮

ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଟିକା ନେବା ପାଇଁ ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଆଗ ଧାଡିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।  ଆଜି ଟିକାକରଣର ୪୦ ତମ ଦିନ ।  ତେବେ  ଆଜି ସକାଳ ୭ଟା ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୧ କୋଟି ୨୧ ଲକ୍ଷ ୬୫ ହଜାର ୫୯୮ରେ ପହଞ୍ଚିଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି, ୨,୫୪,୩୬୫ ସେସନରେ ୧,୨୧,୬୫,୫୯୮ ଟିକା ପ୍ରଦାନ କରାଯାଇଛି ।  ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୪,୯୮,୩୦୦, ଦ୍ୱିତୀୟ ଡୋଜ୍ ୧୩,୯୮,୪୦୦ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ଙ୍କ ପ୍ରଥମ ଡୋଜ୍ ୪୨,୬୮,୮୯୮ ରହିଛି ।

- Advertisement -

୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ୨୦୨୧ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories