www.samajalive.in
Saturday, December 6, 2025
14.1 C
Bhubaneswar

ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍‌, ଅକ୍ଷର ପଟେଲଙ୍କୁ ୬ ଉଇକେଟ୍‌

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ବୁଧବାର ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ବିଶେଷ କରି ଭାରତୀୟ ସ୍ପିନରମାନେ ଭ୍ରମଣକାରୀ ଦଳର ବ୍ୟାଟି ଲାଇନ୍‌ଅପ୍‌ ଭାଙ୍ଗିଦେଇଥିଲେ।

ପ୍ରଥମରୁ ହିଁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନିୟମିତ ବ୍ୟବଧାନରେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ। କୌଣସି ଖେଳାଳି ବଡ଼ ପାର୍ଟନରଶିପ୍‌ କରିପାରି ନ ଥିଲେ। ଦଳ ମାତ୍ର ୨ ରନରେ ପ୍ରଥମ ଉଇକେଟ୍‌ ଭାବେ ଡୋମିନିକ୍‌ ସିବ୍‌ଲେଙ୍କୁ ହରାଇଥିଲା। ସିବ୍‌ଲେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ତେବେ ଅନ୍ୟତମ ଓପନର ଜାକ୍‌ କ୍ରଲେ ଭଲ ଖେଳିଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ତାଙ୍କୁ ସହଯୋଗ କରିପାରି ନ ଥିଲେ। କ୍ରଲେ ସର୍ବାଧିକ ୫୩ ରନ୍‌ କରି ପଟେଲଙ୍କ ଦ୍ବାରା ଲେଗ୍‌ ବିଫୋର ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍‌ ୧୭, ବେନ୍‌ ଫୋକ୍‌ସ ୧୨ ଏବଂ ଜୋଫ୍ରା ଆର୍ଚର ୧୧ ରନ୍‌ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରି ନ ଥିଲେ।

- Advertisement -

ଭାରତୀୟ ସ୍ପିନର ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଇଂଲଣ୍ଡ ୪୮.୪ ଓଭରରେ ୧୧୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ପଟେଲ ସର୍ବାଧିକ ୬ଟି ଉଇକେଟ୍‌ ନେଇଥିବାବେଳେ ଅଶ୍ଵିନ ୩ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ଇଶାନ୍ତ ଶର୍ମା ଗୋଟିଏ ଉଇକେଟ୍‌ ନେଇଥିଲେ।

ସୂଚନାଯୋଗ୍ୟ, ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଭାରତ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି। ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳ ଏବଂ ୨ୟ ମ୍ୟାଚରେ ଘରୋଇ ଦଳ ବିଜୟୀ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories