www.samajalive.in
Saturday, December 6, 2025
16.1 C
Bhubaneswar

୩ୟ ଦିବାରାତ୍ର ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିଫଳତା

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତୀୟ ସ୍ପିନର ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଦଳ ୨ୟ ସେସନ ସୁଦ୍ଧା ୯୮ ରନ୍‌ରେ ୮ ଉଇକେଟ୍‌ ହରାଇସାରିଛି। ପଟେଲ ୪ଟି ଏବଂ ଅଶ୍ଵିନ ୩ଟି ଲେଖାଏ ଉଇକେଟ୍‌ ନେଇଥିବାବେଳେ ଇଶାନ୍ତ ଶର୍ମା ଗୋଟିଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।

ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ମାତ୍ର ୨ ରନରେ ଦଳ ପ୍ରଥମ ଉଇକେଟ୍‌ ଭାବେ ଡୋମିନିକ୍‌ ସିବ୍‌ଲେଙ୍କୁ ହରାଇଥିଲା। ସିବ୍‌ଲେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ତେବେ ଅନ୍ୟତମ ଓପନର ଜାକ୍‌ କ୍ରଲେ ଭଲ ଖେଳିଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ତାଙ୍କୁ ସହଯୋଗ କରିପାରି ନ ଥିଳେ। କ୍ରଲେ ସର୍ବାଧିକ ୫୩ ରନ୍‌ କରି ପଟେଲଙ୍କ ଦ୍ବାରା ଲେଗ୍‌ ବିଫୋର ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍‌ ୧୭ ଏବଂ ଜୋଫ୍ରା ଆର୍ଚର ୧୧ ରନ୍‌ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଭାରତ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି। ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳ ଏବଂ ୨ୟ ମ୍ୟାଚରେ ଘରୋଇ ଦଳ ବିଜୟୀ ହୋଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories