www.samajalive.in
Saturday, December 6, 2025
14.1 C
Bhubaneswar

ତ୍ରି-ରାଷ୍ଟ୍ରୀୟ ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଲିଥୁଆନିଆ, ଲାଟ୍‍ଭିଆ ଓ ଇସ୍ତୋନିଆ ଅଭିମୁଖେ ଯାତ୍ରା କରିଛନ୍ତି। ଉପରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟରେ ଏହି ତିନିଦେଶୀୟ ଗସ୍ତରେ ଯାଉଛନ୍ତି। ଉପରାଷ୍ଟ୍ରପତି ବାଲ୍‍ଟିକ୍‍ ସାଗର ଉପକୂଳବର୍ତ୍ତୀ ଏହି ତିନିଦେଶୀୟ ଗସ୍ତରେ ପ୍ରଥମ ଥର ପାଇଁ ଯାଉଛନ୍ତି। ଏହି ଦେଶଗୁଡ଼ିକ ସହ ଭାରତର ରାଜନୈତିକ ସମ୍ପର୍କ ତଥା ବାଣିଜ୍ୟିକ ଓ ବ୍ୟାବସାୟିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ସେଠାକୁ ଯାଉଛନ୍ତି। ସେହି ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକରେ ଭାରତର ପହଞ୍ଚ ବୃଦ୍ଧି କରିବା ମଧ୍ୟ ଏହି ଗସ୍ତର ଲକ୍ଷ୍ୟ। ସାଧାରରତଃ ଭାବେ ବାଲ୍‍ଟିକ୍‍ ସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକ ସହ ଭାରତର ଐତିହାସିକ ଓ ଭାଷାଗତ ସମ୍ପର୍କ ରହିଛି।

ଏହି ଗସ୍ତ କାଳରେ ବାଲ୍‍ଟିକ୍‍ ସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକ ସହ ସହଯୋଗ ବୃଦ୍ଧି ଦିଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେହି ଦେଶଗୁଡିକର ଜ୍ଞାନ କୌଶଳ ଭାରତ ପାଇଁ ବ୍ୟବସାୟ ବାଣିଜ୍ୟର ନୂଆ ଦିଗ ଉନ୍ମୁକ୍ତ କରିବା ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories