www.samajalive.in
Saturday, December 6, 2025
16.1 C
Bhubaneswar

ନୌସେରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଜଣେ ଯବାନ ସହିଦ

ଜାମ୍ମୁ: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଶନିବାର ସକାଳେ ଜିଲାର ନୌସେରା ସେକ୍ଟରରେ ପାକ୍ ସେନା ପକ୍ଷରୁ ଗୋଳାବାରୁଦ ବର୍ଷଣ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି।

ସେନା ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ କଲୋନେଲ ଦେବେନ୍ଦ୍ର ଆନନ୍ଦଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ସାଢେ ୬ଟା ବେଳେ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପାକ୍ ସେନା ପକ୍ଷରୁ ଗୁଳି ବର୍ଷଣ କରାଯାଇଥିଲା । ଗୁଳି ବିନିମୟ ସମୟରେ ଭାରତୀୟ ସେନାର ଜଣେ ଯବାନ ସନ୍ଦୀପ ଥାପ୍ପା ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସହିଦ ଯବାନ ସନ୍ଦୀପ ଥାପ୍ପା ଡେରାଡୁନର ବାସିନ୍ଦା ବୋଲି ଜଣାପଡିଛି । ଭାରତୀୟ ସେନା ଜବାବମୂଳକ କାର୍ଯ୍ୟାନୁଷ୍ଠାନରେ ପାକ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories