www.samajalive.in
Saturday, December 6, 2025
16.1 C
Bhubaneswar

ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ

ଭୁବନେଶ୍ବର : ରାଜନୀତି ଛାଡିଲେ ପାଣ୍ଡିଆନ । ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସହ ବିଜେଡିର ପରାଜୟ ପାଇଁ କ୍ଷମା ମାଗିଛନ୍ତି । ଏହା ସହ ସେ ଦଳୀୟକର୍ମୀଙ୍କ ନିକଟରେ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି ।

ଓଡ଼ିଶାରେ ନିଜ କାର୍ଯ୍ୟ ଓ ଦଳରେ ନିଜ ଅନୁଭୂତି ବଖାଣିଛନ୍ତି । ପିଲାଟି ଦିନରୁ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି  । ମହାପ୍ରଭୁଙ୍କ କୃପାରୁ ଲୋକଙ୍କ ସେବା କରିବାରେ ସଫଳ ହୋଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି । କେନ୍ଦ୍ରାପଡ଼ାରେ ପରିବାର ଥିବାରୁ ସେ ଓଡ଼ିଶା ଆସିଲେ  । ଧର୍ମଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ କାମ କଲେ  । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ତାଙ୍କ ସହ କାମ କରିଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ  ।  ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି ବୋଲି ସେ କହିଛନ୍ତି  ।

- Advertisement -

କହିରଖୁଛୁ  ଦଳର ପରାଜୟ ପରେ ପାଣ୍ଡିଆନଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଦଳ ହାରିବା ପଛରେ ପରୋକ୍ଷ ଭାବେ ଭି କେ ପାଣ୍ଡିଆନ ମୁଖ୍ୟ କାରଣ ବୋଲି ଜନସାଧାରଣଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିଲା । ପୂର୍ବରୁ ଏକ ବୈଠକରେ ସର୍ବସାଧାରଣରେ ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ  ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories