www.samajalive.in
Sunday, December 7, 2025
23.1 C
Bhubaneswar

ଆବାସ ଯୋଜନାରୁ ବହୁ ଦୂରରେ ଦିବ୍ୟାଙ୍ଗ ଦମ୍ପତି

ଲଡୁଗାଁ: ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ସବୁବେଳେ ଏଥିରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ । ଏବେବି ଅନେକ ପରିବାର ରହିଛି ଯେଉଁମାନେ ଭଙ୍ଗା ଦଦରା ଚାଳ ଘରେ ଭୟରେ ଜୀବନ କାଟୁଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗାଁରୁ । ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି ଏହି ଗାଁର ଦିବ୍ୟାଙ୍ଗ ଦମ୍ପତି । ପରିବାର କହିଲେ ପୁରୁନ ଏବଂ ତାଙ୍କ ସ୍ତ୍ରୀ ଡାଲ ଦଳପତି । ନା ଅଛି ପୁଅ ନା ଝିଅ, ଯିଏ ଏମାନଙ୍କ ଯତ୍ନ ନେବ । ଭଗବାନ ଭରସାରେ ଦୁଇ ଦିବ୍ୟାଙ୍ଗଙ୍କ ଜୀବନ । ଘରର ଅବସ୍ଥା ନ କହିବା ଭଲ । ଭଙ୍ଗା ଦଦରା ଘରେ ଜୀବନ କଟୁଛି । ଝଡ଼ ତୋଫାନ ମାଟି ଘରକୁ ଖଣ୍ଡ ଖଣ୍ଡ କରି ଦେଇଛି । କାଠ ଗଣ୍ଡି ଭରସାରେ ରହିଛି ଘର । ଦିନ ମଜୁରିଆ ଭାବେ କାମ କରି କୁଟୁମ୍ବ ପୋଷନ୍ତି ପୁରୁନ । ତାଙ୍କ ପତ୍ନୀ ଡାଲଙ୍କ ଗୋଡ଼ ଖରାପ ଥିବାବେଳେ ପୁରୁନଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଉଛି । ଧିରେ ଧିରେ ଆଉ ଗୋଟାଏ ଆଖି ନଷ୍ଟ ହେବାକୁ ବସିଲାଣି । ବାପ ଅମଳର ଜମି ଖଣ୍ଡିକରେ ପର ଭରସାରେ ଚାଷ କାମ କରନ୍ତି, ଆଉ ଘର କାମଧନ୍ଦା କଷ୍ଟମଷ୍ଟେ ଚଳେଇ ନିଅନ୍ତି । ସରକାରୀ ସହାୟତା କହିଲେ କେବଳ ଚାଉଳ ଗଣ୍ଡେ । ଭଙ୍ଗା ଘରେ ରହି ଦୀର୍ଘ ବର୍ଷ ହେବ ଆବାସ ଘର ସ୍ବପ୍ନ ଦେଖୁଛନ୍ତି । ଅଥଚ ସରକାରଙ୍କ ଏତେ ଯୋଜନା ଥାଇ ମଧ୍ୟ କିଭଳି ବଞ୍ଚିତ ହେଉଛନ୍ତି ପୁରୁନ ଓ ତାଙ୍କ ସ୍ତ୍ରୀ ଡାଲ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଦିବ୍ୟାଙ୍ଗ ପୁରୁନ ଓ ଡାଲ ଘର ଖଣ୍ଡିଏ ପାଇଁ ଅନେକ ଥର ଦରଖାସ୍ତ ଦେଇଛନ୍ତି କିନ୍ତୁ କିଛି ବି ଫଳପ୍ରଦ ହେଲାନାହିଁ । ପକ୍କା ଘର ଖଣ୍ଡିଏ ପାଇଁ ଏମାନେ ପଞ୍ଚାୟତରୁ ବ୍ଲକ ଦଉଡ଼ି ଦଉଡ଼ି ଏମାନଙ୍କର ଚପଲ ଘୋରି ହୋଇଗଲାଣି ସିନା ସରକାରୀ ସ୍ତରରେ ତାଙ୍କୁ ପକ୍କା ଘର ଖଣ୍ଡେ ମିଳିପାରୁନାହିଁ । ଏମାନେ ଭତ୍ତା କଣ ଜାଣିନାହାନ୍ତି । କେମିତି ମିଳେ, କେଉଁଠି ମିଳେ, କିଏ ଦିଅନ୍ତି ସେ ବିଷୟରେ ଏଯାଏଁ ଦୁହେଁ ଅନଭିଜ୍ଞ । ଯିଏ ପ୍ରକୃତ ହିତାଧିକାରୀ ସେମାନେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି, ଆଉ ପ୍ରସାଶନ ଆଖିରେ ଏସବୁ ଦୃଷ୍ଟିଗୋଚର ହେଉନାହିଁ । ଏନେଇ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ପଚାରିବାରୁ ଆମେ ବହୁତ ଦୁଃଖିତ ଯେ ଏଭଳି ଲୋକ ଆଜି ବି ଭତ୍ତା ପାଇବାରୁ ବଞ୍ଚିତ ରହୁଛନ୍ତି । କ’ଣ ସମସ୍ୟା ରହିଛି ତାହା ଅନୁଧ୍ୟାନ କରି ଯଥାଶୀଘ୍ର ଏମାନେ ଯେମିତି ଭତ୍ତା ପାଇବେ ସେ ନେଇ ଚେଷ୍ଟା କରିବୁ ବୋଲି କହିଛନ୍ତି । ଏହାସହ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲଙ୍କ ପ୍ରତିକ୍ରିୟା ନେବାରୁ ଘର ଯେବେ ଆସିବ ତାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories