www.samajalive.in
Saturday, December 13, 2025
18.1 C
Bhubaneswar

ପୁଣି ଚର୍ଚ୍ଚାରେ ‘ଏନକାଉଣ୍ଟର ମ୍ୟାନ୍‌’ ଭି.ସି. ସଜ୍ଜନାର

ହାଇଦ୍ରାବାଦ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଅଭିଯୁକ୍ତମାନେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ୪୪ ନମ୍ବର ଜାତୀୟ ରାଜପଥର ଚେତନାପାଲ୍ଲୀ ପୋଲ ତଳେ ଏନକାଉଣ୍ଟର କରିଛି। ଅଭିଯୁକ୍ତମାନଙ୍କୁ ଡେମୋ ଦେଖାଇବା ଲାଗି ନିଆଯାଇଥିବାବେଳେ ସେମାନେ ପୁଲିସ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଏହି ଏନକାଉଣ୍ଟର ଘଟିଛି। ତେବେ ଏନକାଉଣ୍ଟର ପରେ ହାଇଦ୍ରାବାଦ ପୁଲିସ କମିଶନର ଭି.ସି. ସଜ୍ଜନାରଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ହାଇଦ୍ରାବାଦ ପୁଲିସ କମିଶନର ଭି. ସି. ସଜ୍ଜନାର ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା। ତାଙ୍କୁ ଏନକାଉଣ୍ଟର ମ୍ୟାନ୍‌ ବି କୁହାଯାଏ। ତାଙ୍କ କାର୍ଯ୍ୟକାଳ ସମୟରେ ଏଭଳି ଅନେକ ଏନକାଉଣ୍ଟର ହୋଇଛି, ଯାହା ପୁରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

- Advertisement -

ଭି.ସି. ସଜ୍ଜନାର ପୂର୍ବରୁ ଆନ୍ଧ୍ରପ୍ରଦେଶରେ ସକ୍ରିୟ ଥିବା ମାଓବାଦୀମାନଙ୍କ ବିରୋଧରେ ବି ଅନେକ ଏନକାଉଣ୍ଟର କରିଛନ୍ତି। ସଜ୍ଜନାରଙ୍କ ନାମ ଶୁଣିଲେ ମାଓବାଦୀ ଭୟରେ ଥରହର ହୁଅନ୍ତି ବୋଲି କୁହାଯାଏ। ସଜ୍ଜନାର ଦେଢ଼ ବର୍ଷ ତଳେ ହାଇଦ୍ରାବାଦ ପୁଲିସ କମିଶନର ଭାବେ ଦାୟିତ୍ଵ ସମ୍ଭାଳିଥିଲେ।

୨୦୦୮ରେ ୱାରଙ୍ଗଲରେ ଜଣେ ଛାତ୍ରୀଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଥିଲା। ଏହି ସମୟରେ ସେ ଗମ୍ଭୀର ରୂପେ ଆହତ ହୋଇଥିଲେ। ଏହି ମାମଲା ସେତେବେଳେ ରାଜ୍ୟ ବେଶ୍‌ ଚର୍ଚ୍ଚାରେ ଥିଲା। ପୁଲିସ ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ମାରି ଦେଇଥିଲା। ସେତେବେଳେ ବି ପୁଲିସ କହିଥିଲା ଯେ, ଅଭିଯୁକ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ସେମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପୁଲିସ ଗୁଳିରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ସଜ୍ଜନାରଙ୍କ ନେତୃତ୍ଵରେ ଏହି ଏନକାଉଣ୍ଟର ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories