www.samajalive.in
Friday, December 12, 2025
16.1 C
Bhubaneswar

ହାଇଦ୍ରାବାଦ ଏନକାଉଣ୍ଟର: ଜାଣନ୍ତୁ କିଏ କ’ଣ କହୁଛନ୍ତି

ନୂଆଦିଲ୍ଲୀ: ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ପରେ ପୋଡ଼ି ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟ କରିବା ପରେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶବ୍ୟାପୀ ବିଭିନ୍ନ ମହଲରେ ହାଇଦ୍ରାବାଦ ପୁଲିସକୁ ପ୍ରଶଂସା କରାଯାଇଥିବାବେଳେ ଆଉ କେତେଜଣ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତୁ ଜାଣିବା ଏହି ଏନକାଉଣ୍ଟର ସମ୍ପର୍କରେ କେଉଁ ବିଶିଷ୍ଟ ବ୍ୟକ୍ତିମାନେ କ’ଣ ମତ ଦେଇଛନ୍ତି।

– ଏନକାଉଣ୍ଟର ସବୁବେଳେ ଠିକ୍‌ ହୋଇ ନ ଥାଏ। ଏହି ମାମଲାରେ ପୁଲିସର ଦାବି ଅନୁସାରେ ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ଖସିଯାଉଥିଲେ। ସେଥିଲାଗି ବୋଧହୁଏ ପୁଲିସର ନିଷ୍ପତ୍ତି ଠିକ୍‌। ଆମର ଦାବି ଥିଲା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡ ଦିଆଯାଉ ଏବଂ ପୀଡ଼ିତାଙ୍କୁ ତ୍ଵରିତ ନ୍ୟାୟ ମିଳୁ। ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ଅଧୀନରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଆଜି ଲୋକମାନେ ଏନକାଉଣ୍ଟରରେ ଖୁସି ଅଛନ୍ତି, କିନ୍ତୁ ଆମର ସମ୍ବିଧାନ ଅଛି, ଆଇନ ପ୍ରକ୍ରିୟା ରହିଛି।

- Advertisement -

ରେଖା ଶର୍ମା, ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

– ମୋ ଝିଅର ମୃତ୍ୟୁକୁ ୧୦ ଦିନ ବିତି ଯାଇଛି। ମୁଁ ଏଥିପାଇଁ ପୁଲିସ ଏବଂ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଉଛି। ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ।

– ପୀଡ଼ିତାଙ୍କ ବାପା

– ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ଭାରତୀୟ ଜନତା ପାର୍ଟି। ମାୟାବତୀ କହିଛନ୍ତି, ଉତ୍ତର ପ୍ରଦେଶ ପୁଲିସ ହାଇଦ୍ରାବାଦ ପୁଲିସଠାରୁ କିଛି ଶିଖିବା ଜରୁରୀ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ନିଜ ଦଳର ଅଭିଯୁକ୍ତମାନଙ୍କୁ ବି ଜେଲ ପଠାଇଥିଲି। ଉତ୍ତର ପ୍ରଦେଶ ପୁଲିସ ଏବଂ ଦିଲ୍ଲୀ ପୁଲିସ ନିଜର ଆଭିମୁଖ୍ୟ ବଦଳାଇବା ଜରୁରୀ।

– ମାୟାବତୀ, ବିଏସପି ମୁଖ୍ୟ

– ଧନ୍ୟବାଦ ହାଇଦ୍ରାବାଦ ପୁଲିସ। ଏହା ବଳାତ୍କାରୀମାନଙ୍କୁ ମୁକାବିଲା କରିବାର ପ୍ରକୃତ ପ୍ରକ୍ରିୟା। ଆଶା ରହିଚି ଅନ୍ୟ ରାଜ୍ୟର ପୁଲିସ ଆପଣଙ୍କଠାରୁ ଶିଖିନେବା ଉଚିତ।

– କପିଳ ମିଶ୍ରା, ବିଜେପି ନେତା

– ଯାହା ହେଲା, ତାହା ଅତ୍ୟନ୍ତ ବିପଜ୍ଜନକ। ଆମ ଦେଶରେ ଆଇନ ଅଛି, ଅଦାଲତ ଅଛି। ତା’ହେଲ ଆପଣ ପ୍ରଥମରୁ କାହିଁକି ବନ୍ଧୁକ ଚଳାଉଛନ୍ତି। ବନ୍ଧୁକ ନେଇ କ’ଣ ଲୋକଙ୍କୁ ମାରିଦେବା। କୌଣସି ମାମଲାରେ ବିଳମ୍ବ ହେଲେ କ’ଣ ବନ୍ଧୁକ ଚଳାଇବା। ସେମାନେ ନିରସ୍ତ୍ର ଥିଲେ, ଜେଲରୁ ଅଣାଯାଇଥିଲେ, ଆପଣମାନେ ସେମାନଙ୍କୁ ଗୁଳିକରି ମାରିଦେଲେ।

– ମେନକା ଗାନ୍ଧୀ, ବିଜେପି ସାଂସଦ

– ଜନତା ରାଗରେ ଅଛନ୍ତି। ସେ ଉନ୍ନାଓ ମାମଲା ହେଉ କି ହାଇଦ୍ରାବାଦ, ଲୋକମାନେ ଏନକାଉଣ୍ଟରରେ ଖୁସି ବ୍ୟକ୍ତ କରୁଛନ୍ତି। ଏହା ଚିନ୍ତାର ବି ବିଷୟ, କାରଣ ଲୋକମାନେ ଆପରାଧିକ ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ହରାଇଦେଇଛନ୍ତି। ସମସ୍ତ ସରକାର ଏହାକୁ ମଜଭୁତ କରିବା ଦିଗରେ କାମ କରିବାକୁ ପଡ଼ିବ।

– ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

– ବଳାତ୍କାରୀ, ଆତଙ୍କବାଦୀଙ୍କୁ ପ୍ରତି ପୁଲିସ, ସେନା ଏଭଳି କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଅନ୍‌ ଦ ସ୍ପଷ୍ଟ(ଘଟଣାସ୍ଥଳରେ) ହିଁ ନିଷ୍ପତ୍ତି ହେବା ଉଚିତ। ଏଭଳି ଜଘନ୍ୟ ଅପରାଧୀମାନଙ୍କ ସହିତ ଏପରି ବ୍ୟବହାର ହେବା ଉଚିତ।

– ବାବା ରାମଦେବ, ଯୋଗଗୁରୁ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories