ଡେରାଡୁନ : ଉତ୍ତରାଖଣ୍ଡ ବିଜେପି ସଂଗଠନ ମହାସଚିବ ସଂଜୟ କୁମାରଙ୍କ ବିରୋଧରେ ଦଳର ଜଣେ ମହିଳା କର୍ମକର୍ତ୍ତା ଯୌନ ଶୋଷଣ ଅଭିଯୋଗ କରିଛନ୍ତି। ଫଳରେ ବିଜେପି ତାଙ୍କୁ ପଦରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ପ୍ରକାଶଯୋଗ୍ୟ ଯେ ଶନିବାର ବିଜେପି ମହିଳା କର୍ମକର୍ତ୍ତା ଜଣକ ସଂଜୟଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ଯୌନ ଶୋଷଣ ଅଭିଯୋଗ କରିଥିଲେ। ହେଲେ ମହିଳା ଜଣକ ଏନେଇ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି। ସୂଚନା ଅନୁସାରେ ଉତ୍ତରପ୍ରଦେଶ ସମ୍ଭଲ ନିବାସୀ ସଂଜୟ କୁମାର ଗୁପ୍ତା ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଶିବ ପ୍ରକାଶଙ୍କ ଅତି ଘନିଷ୍ଠ। ସେ ଉତ୍ତରାଖଣ୍ଡ ପୌର ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି କାର୍ଯ୍ୟରେ ମୁତୟନ ଥିଲେ। ମହିଳାଙ୍କ ଅଭିଯୋଗ ପରେ ଉତ୍ତରାଖଣ୍ଡ ବିଜେପିର ଶୀର୍ଷନେତାମାନେ ଶନିବାର ସନ୍ଧ୍ୟାରେ ଡେରାଡୁନଠାରେ ବୈଠକ କରିଥିଲେ। ଦିଲ୍ଲୀର ନିର୍ଦେଶ ଅନୁସାରେ ସଂଜୟଙ୍କୁ ଦଳୀୟ ପଦରୁ ବାହାର କରିଦିଆଯାଇଛି। ଏନେଇ ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି।
ଉତ୍ତରାଖଣ୍ଡ ବିଜେପି ସଂଗଠନ ମହାସଚିବଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ
Popular Categories



