www.samajalive.in
Wednesday, December 10, 2025
23.1 C
Bhubaneswar

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ରାଜ୍ୟ ଦେବ ୪, କେନ୍ଦ୍ର ଦେବ ୨ ଲକ୍ଷ ଟଙ୍କାର ସହାୟତା

ଉତ୍ତରାଖଣ୍ଡର ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସନ୍ଧ୍ୟାରେ ଏ ନେଇ ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଗୁରୁତର ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।


ସୂଚନାଯୋଗ୍ୟ, ଏହି ଅଘଟଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କ ମୃତଦେହକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିବା ନେଇ ରାଜ୍ୟ  ମୁଖ୍ୟ ଶାସନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।

- Advertisement -

ହିମସ୍ଖଳନ ଯୋଗୁ ଗଙ୍ଗା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଏହାଦ୍ବାରା ଚମୋଲୀରୁ ହରିଦ୍ବାର ପର୍ଯ୍ୟନ୍ତ ବନ୍ୟାର ବିପଦ ସୃଷ୍ଟି ହୋଇଛି। ଘଟଣା ପରେ ଏନଡିଆରଏଫ, ବାୟୁସେନା, ଆଇଟିବିପି ଏବଂ ଏସଡିଆରଏଫ ଯବାନମାନେ ପହଞ୍ଚି ପ୍ରଶାସନ ସହିତ ମିଶି ଉଦ୍ଧାର କାର୍ଯ୍ୟକୁ ତ୍ବରିତ୍ବ କରିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ପକ୍ଷରୁ ଆଶ୍ବାସନା ଦିଆଯାଇଛି।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories