www.samajalive.in
Wednesday, December 10, 2025
23.1 C
Bhubaneswar

ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଲେ ସେଲିବ୍ରିଟି

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ “ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ’ ଓ ‘କର ଫାଉଣ୍ଡେସନ୍’ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ଦ୍ୱିତୀୟ ‘ସେଲିବ୍ରିଟି ଚାରିଟି କ୍ରିକେଟ୍’ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମିଡିଆ ସ୍ପୋର୍ଟ କ୍ଲବ ଏହି କ୍ରୀଡ଼ାରେ ଚମ୍ପିଆନ୍ ହୋଇଥିଲେ। ଅଭିନେତା ଦୁଷ୍ମନ୍ତ ପଣ୍ଡା, ସୁର ତ୍ରିପାଠୀ, ମୁକେଶ, ରାକେଶ, ଅଙ୍କିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜ ସେବାର ସଚେତନତା ସୃଷ୍ଟି ପାଇଁ ଅନୁଷ୍ଠାନ ତରଫରୁ ଏହି ‘ସେଲିବ୍ରିଟି ଚାରିଟି କ୍ରିକେଟ୍’ ଆୟୋଜନ କରାଯାଇଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା – ‘ରକ୍ତଦାନ ଜୀବନ ଦାନ”, ‘ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ’, ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା’, ‘ମାନବ ସେବା ହିଁ ମାଧବ ସେବା’ ପ୍ରଭୃତି ଲେଖାଥିବାଟି ସାର୍ଟ ପିନ୍ଧି କ୍ରିକେଟ୍ ଖେଳିଥିଲେ।

 

- Advertisement -

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭାରତୀୟ କ୍ରିକେଟ୍ର ସତ୍ୟରଞ୍ଜନ ଶତପଥୀ, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ମହମ୍ମଦ ଅଲିମ୍, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଚନ୍ଦନ କର, ସମାଜସେବୀ ରୁଦ୍ର ସାମନ୍ତରାୟ, ସତ୍ୟଭାମା ଦେବୀ କଲେଜର ଅଧ୍ୟକ୍ଷା ନିରଜା ଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ହାସ୍ୟାଭିନେତା ହାଡ଼ୁଭାଇ, ଚୌଧୁରୀ ଜୟପ୍ରକାଶ, ଶଙ୍କର ପ୍ରଧାନ, ଭିକାରୀ ଭାଇ, ରବି କୁମାର, ଜ୍ଞାନ ବାରିକ ପ୍ରମୁଖ ଅଂଶଗ୍ରହଣ କରି ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭର୍ସାଟାଇଲ୍ ଅଭିନେତା ହର ରଥ ଓ ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଗତି ସ୍ପୋର୍ଟିଂର ସଦସ୍ୟ ଟୁନା ସାହୁ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories