www.samajalive.in
Saturday, December 6, 2025
14.1 C
Bhubaneswar

ବିଷାକ୍ତ ମଦ ମୃତ୍ୟୁ ଘଟଣା : ସରକାରଙ୍କ ଠାରୁ ଜବାବ ଲୋଡିଲେ ଉତ୍ତରାଖଣ୍ଡ ହାଇକୋର୍ଟ

ଦେହରାଡୁନ : ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟରେ ସଂପ୍ରତି ଘଟିଥିବା ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଘଟଣା ଉପରେ ରାଜ୍ୟ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି ।  ବିଷାକ୍ତ ମଦ୍ୟପାନ ଘଟଣାରେ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରୁ ୭୦ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ସରକାରୀ ଭାବେ କୁହାଯାଇଛି। ସେଥିମଧ୍ୟରୁ କେବଳ ଉତ୍ତରାଖଣ୍ଡରୁ ୩୬ଜଣ ଲୋକଙ୍କର ମୃତକ ଘଟିଥିଲା । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି ।
ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ରମେଶ ରଙ୍ଗନାଥନ ଓ ଜଷ୍ଟିସ ରମେଶ ଚନ୍ଦ୍ର ଖୁଲ୍‍ବେଙ୍କ ଖଣ୍ଡପୀଠ ୧୦ଦିନ ଭିତରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଆବେଦନରେ ସିବିଆଇ ଦ୍ୱାରା ଘଟଣାର ତଦନ୍ତ ପାଇଁ ଦାବି କରାଯାଇଥିବାବେଳେ ହରିଦ୍ୱାରର ଜିଲ୍ଲା ଅବକାରୀ ଅଫିସରଙ୍କୁ ବରଖାସ୍ତ କରିବ ସହ ତାଙ୍କ ନାମରେ ଏଫଆଇଆର ଦାଖଲ କରିବାକୁ ନିବେଦନ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories