www.samajalive.in
Saturday, December 6, 2025
15.1 C
Bhubaneswar

ବିଏସଏନଏଲ ବନ୍ଦ ହେବା ଖବର ମିଥ୍ୟା; ସ୍ପଷ୍ଟ କଲେ ଓଡ଼ିଶା ସର୍କଲ ସିଜିଏମ

ଭୁବନେଶ୍ବର: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ)କୁ ସରକାର ବନ୍ଦ କରିଦେଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଗୁରୁବାର ଖବର ପ୍ରକାଶ ପାଇଥିଲା। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ବିଏସଏନଏଲ ଓଡ଼ିଶା ସର୍କଲର ସିଜିଏଲ ସତ୍ୟାନନ୍ଦ ନାୟକ। ବିଭିନ୍ନ ଛାପା ଏବଂ ବେଦ୍ୟୁତିକ ଗଣମାଧ୍ୟମରେ ବିଏସଏନଏଲ ବନ୍ଦ ହୋଇଯିବ ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାହା ସତ୍ୟ ନୁହେଁ ବୋଲି ନାୟକ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ବିଏସଏନଏଲ ଏକ ସରକାରୀ ଅଧିକୃତ କମ୍ପାନୀ ଏହାକୁ ବନ୍ଦ କରାଯିବା ଲାଗି କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ବିଏସଏନଏଲର ନେଟୱର୍କ ଅତ୍ୟନ୍ତ ସୁଦୃଢ଼ ଏବଂ ଏହା ଦେଶର କୋଣଅନୁକୋଣରେ ପରିବ୍ୟାପ୍ତ। ନିକଟରେ ଓଡ଼ିଶାର ବଲାଙ୍ଗୀର ଜିଲାରେ କମ୍ପାନୀ ୪ଜି ସେବା ଆରମ୍ଭ କରିଛି। ଖୁବଶୀଘ୍ର ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲାରେ ଏହି ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories