www.samajalive.in
Friday, December 5, 2025
26.1 C
Bhubaneswar

+୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଚଳିତ ବର୍ଷର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେଉଥିବା ବେଳେ ମୂଲ୍ୟାୟନ କ୍ଷେତ୍ରରେ କୌଣସି ପ୍ରକାର ତ୍ରୁଟି ଏଡ଼ାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦୃଢ ପଦକ୍ଷେପ ଗ୍ରହଣ କରିଛି । ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ସିସିଟିଭି ଲଗେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୂଲ୍ୟାୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ଖାତା ଦେଖା ଶେଷ କରିବା, ଉତ୍ତର ଖାତାଗୁଡିକୁ ସୁରକ୍ଷିତ ରଖିବା ଏବଂ ସିସିଟିଭି ଲଗେଇବା ଆଦି କାର୍ୟ୍ୟ ମାର୍ଚ୍ଚ ୧୫ ସୁଦ୍ଧା ଶେଷ କରିବାକୁ ପଦକ୍ଷେପ ନେବାକୁ ମୂଲ୍ୟାୟନ କେନ୍ଦ୍ର ଅଧୀକ୍ଷକମାନକୁ ନିର୍ଦ୍ଦେଶ କାରି କରାଯାଇଛି । ସିସିଟିଭି ମାଧ୍ୟମରେ ଉଭୟ ଅନଲାଇନ ଏବଂ ଅଫଲାଇନ ମୂଲ୍ୟାୟନ କେନ୍ଦ୍ରର ପ୍ରଶ୍ନପତ୍ର ପାଇଁ ଥିବା ଷ୍ଟ୍ରଙ୍ଘ ରୁମ, ଉତ୍ତର ଖାତା, ମାର୍କ ଫଏଲ, ପରୀକ୍ଷକ ରିପୋର୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାଗଜପତ୍ର ଉପରେ ନଜର ରଖାଯିବ । ପରବର୍ତ୍ତୀ ସମୟରେ ତନଖି ପାଇଁ ସେହି ସିସିଟିଭି ଫୁଟେଜ ଗୁଡିକର ରେକର୍ଡିଙ୍ଗକୁ ସୁରକ୍ଷିତ ରଖାଯିବ। ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ଇଣ୍ଟରନେଟ ସଂଯୋଗ ରହିବ ଯାହା ଫଳରେ ଆବଶ୍ୟକ ପଡିଲେ ମୂଲ୍ୟାୟନ କେନ୍ଦ୍ରକୁ ପରିଷଦର ସର୍ଭର ସହ ଯୋଡ଼ା ଯାଇପାରିବ ଏବଂ ମୁଲ୍ୟାୟନର ତାଜା ସ୍ଥିତି ଜଣାପଡିବ। ଅନ୍ୟ ପକ୍ଷରେ ମୂଲ୍ୟାୟନ କେନ୍ଦ୍ରରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ପାଇଁ ସମ୍ପୃକ୍ତ କେନ୍ଦ୍ରର ପରିଚାଳନା ଅଧିକାରୀ ଦାୟୀ ରହିବେ ବୋଲି ପରିଷଦର ଅଧ୍ୟକ୍ଷ କହିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories