ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଅପରାହ୍ନ ୧.୪୫ମିନିଟରେ ଉତ୍ତରକାଶୀର ଧରାଳି ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଗଙ୍ଗୋତ୍ରୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ଥିବା ଧରାଳି ଗାଁର ବଜାର, ଘର ଏବଂ ହୋଟେଲ ଗୁଡିକ ପର୍ବତରୁ ଖୀର ଗଙ୍ଗା ନଦୀରେ ପ୍ରବାହିତ ଭଗ୍ନାବଶେଷରେ ଭାସି ଯାଇଥିଲା । ମାତ୍ର ୩୪ସେକେଣ୍ଡ ମଧ୍ୟରେ ସବୁକିଛି ନଷ୍ଟ ହୋଇଯାଇଥିଲା ।
ଧରାଲି ବ୍ୟତୀତ ହର୍ଷିଲ ଏବଂ ସୁକିରେ ବାଦଲ ଫଟା ବର୍ଷା ହୋଇଛି । ହର୍ଷିଲ ଅଞ୍ଚଳରେ ବାଦଲ ଫଟା ଯୋଗୁଁ ୮ରୁ ୧୦ଜଣ ସେନା କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ପ୍ରଶାସନ କହିଛି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍, ଏନଡିଆରଏଫ୍, ଆଇଟିବିପି ଏବଂ ସେନାର ଟିମ୍ ନିୟୋଜିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
#WATCH | Uttarkashi, Uttarakhand | Latest visuals from the route to ground zero of Uttarkashi cloudburst. pic.twitter.com/4ZcX8SL3b1
— ANI (@ANI) August 6, 2025
#WATCH | Uttarkashi cloudburst incident: Uttarakhand CM Pushkar Singh Dhami conducts an aerial survey of the cloudburst and flash flood-affected areas in Uttarkashi’s Dharali. pic.twitter.com/uHFGliWwSx
— ANI (@ANI) August 6, 2025



