www.samajalive.in
Saturday, December 6, 2025
23.1 C
Bhubaneswar

ବାଘ – ହାତୀ ଆତଙ୍କ; ଚିନ୍ତାରେ ଫୁଲବାଣୀ ବନ ବିଭାଗ

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଜି.ଉଦୟଗରି, କଳିଙ୍ଗା ଏବଂ ରାଇକିଆ ଅଂଚଳରେ ଗତ ୧୨ ଦିନ ହେଲା ଜଙ୍ଗଲୀହାତୀ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୧୨ ଦିନ ହେଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ସମସ୍ତ ବନାଚଂଳ ଅଧିକାରୀ ଏବଂ ଅନ୍ୟ ପ୍ରାୟ ୭୦ ଜଣ କର୍ମଚାରୀ ଚାରିହାତୀଙ୍କୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ତାହା ସଫଳ ହୋଇନଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ଗୋଟିଏ ହାତୀ କୌଣସି ପ୍ରକାର ନିଜ ସ୍ଥାନକୁ ଫେରି ଯିବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ଏକ ଦନ୍ତାହାତୀ ଜି.ଉଦୟଗିରି ନିକଟସ୍ଥ ସୁଜେଲି ଅଂଚଳରେ ଚଳପ୍ରଚଳ କରୁଥିବା ଯୋଗୁଁ ବନ ବିଭାଗର ଅଧିକାରୀ ଓ ଅନ୍ୟକର୍ମଚାରୀମାନଙ୍କ ସମେତ ଅଚଂଳବାସୀଙ୍କର ନିଜ ହଜି ଯାଇଛି। ଲୋକେ ଘରୁ ବାହାରକୁ ଯିବା ଭୟ କରୁଛନ୍ତି। ତେବେ ଗୋଟିଏ ପଟେ ହାତୀ ଆତଙ୍କରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏପଟେ ଟିକାବାଲି ବନାଚଂଳ ଅନ୍ତର୍ଗତ ଚକପାଦ ସେକ୍ସନର ପସରା ଜଙ୍ଗଲରେ ଦୁଇଟି କଲରାପତରିଆ ବାଘ ବୁଲିବା ସଂପୃକ୍ତ ଅଂଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଗତ କିଛିଦିନ ହେଲା ଦୁଇଟି କଲରାପତରିଆ ବାଘ ସଂପୃକ୍ତ ଅଂଚଳରେ ବୁଲୁଥିବାର ବନାଚଂଳ ଅଧିକାରୀ ମାଣିକେଶ୍ୱରୀ ପଟନାୟକ ପ୍ରକାଶ କରିଛନ୍ତି। ଜିପିଏସ୍‌ ଟ୍ରାକିଙ୍ଗ୍‌ ସର୍ଭେରୁ ଏହି ଅଂଚଳରେ କଲରାପତରିଆ ଥିବା କୁହାଯାଇଛି। ପସରା ସମତେ କଖାରୁଝୋଲା ପଂଚାୟତ ଅନ୍ତର୍ଗତ ଘାଟିଗୁଡ଼ାରେ ସକାଳୁ ସକାଳୁ ମଧ୍ୟ ବାଘର ପାଦ ଚିହ୍ନ ଦେଖାଯାଇଥିବା ଯୋଗୁଁ ଲୋକେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହୁଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି। ତେବେ କଲରାପତରିଆ ବାଘ ଘୁରୁ ବୁଲିଥିବା ବନ ବିଭାଗ ନିଶ୍ଚିତ ହେବା ପରେ ଏନେଇ କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବା ସହ ଜନସାଧାରଣ ଯାତାୟତ ବେଳେ ଓ ରାତ୍ରରେ ସତର୍କତା ଅବଲମ୍ବନ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ଗତ ଦିନରେ ଏକାଧିକ ଗୃହପାଳିତ ପଶୁମାନେ ବାଘର ଶୀକାର ହୋଇଛନ୍ତି । ସଂନ୍ଧ୍ୟା ହୋଇଗଲେ ବହୁ ଅଂଚଳବାସୀ ଘରୁ ବାହାରିବାକୁ ଉଚିତ୍‌ ମଣୁନାହାନ୍ତି ବୋଲି କହିଛନ୍ତି। ତେବେ ଉଭୟ କଲରାପତରିଆ ଗ୍ରାମ ନିକଟ ଜଙ୍ଗଲ ମାନଙ୍କରେ ରହୁଥିବା ଯୋଗୁଁ ଲୋକଙ୍କ ଭୟ ଦ୍ୱିଗୁଣିତ ହୋଇଥିବା ବହୁ ଅଂଚଳବାସୀ ପ୍ରକାଶ କରିଛନ୍ତି ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories