ଆଠଗଡ଼: କେନ୍ଦ୍ରାପଡ଼ାରେ ୨୦୦୯ ମସିହାରେ ଘଟିଥିବା ଏକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ସୁଲେମାନର ଜଣେ ସହଯୋଗୀ ଶ୍ରୀନିବାସ ଦାସ ଦୀର୍ଘ ଦିନ ଧରି ଫେରାର ଥିଲା। ତାଙ୍କ ଘର ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ଗ୍ରାମରେ ହୋଇଥିବାରୁ କେନ୍ଦ୍ରାପଡା ଥାନା ପକ୍ଷରୁ ଆଠଗଡ଼ ଥାନାକୁ ଏ ବିଷୟରେ ଅବଗତ କରାଯାଇଥିଲା। ମିଳିଥିବା ସୂଚନା ଆଧାରରେ ଆଠଗଡ଼ ପୁଲିସ ଢେଙ୍କାନାଳ ଜିଲ୍ଲା ପୁଲିସ ସହାୟତାରେ ବାଲିମି ଥାନା ଅଞ୍ଚଳରୁ ଶ୍ରୀନିବାସକୁ ଗିରଫ କରିଛି। ତାଙ୍କ ନାମରେ ଆଠଗଡ଼ ଥାନାରେ ମଧ୍ୟ ଏକାଧିକ ମାମଲା ରହିଛି। ଆଠଗଡ଼ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁମତି କୁମାରୀ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ। ପରେ ତାଙ୍କୁ ଅଦାଲତର ନିର୍ଦ୍ଦେଶ ମୁତାବକ କେନ୍ଦ୍ରାପଡା ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।



