www.samajalive.in
Sunday, December 14, 2025
18.1 C
Bhubaneswar

ଅବୈଧ କଂସାଇଖାନା ବିରୋଧରେ ପ୍ରଦର୍ଶନ ବେଳେ ହିଂସାକାଣ୍ଡ, ପୁଲିସ୍‍ ଏସ୍‍ଆଇଙ୍କ ସମେତ ୨ ମୃତ

ବୁଲନ୍ଦସହର : ଗୋହତ୍ୟାକୁ ନେଇ ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲାରେ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଜଣେ ପୁଲିସ୍‍ ଏସ୍‍ଆଇଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସହରରେ ଉତ୍ତେଜନା ଲାଗିରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଛି।
କୁହାଯାଉଛି ଯେ ସହରରେ ଅବୈଧ କଂସାଇଖାନା ବିରୋଧରେ ପ୍ରଦର୍ଶନ କରୁଥିବା ଲୋକମାନେ ପୁଲିସ୍‍ ଥାନା ଉପରେ ଆକ୍ରମଣ କରିଥିଲେ। ପ୍ରଦର୍ଶନକାରୀମାନେ ଥାନା ଭିତରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଥାନା ପରିସରରେ ଥିବା ଏକ ଭ୍ୟାନକୁ ଲୋକେ ନିଅାଁ ଲଗାଇ ଜାଳିଦେଇଥିଲେ। ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‍ ପକ୍ଷରୁ ଗୁଳି ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ପ୍ରଦର୍ଶନକାରୀ ଆହତ ହୋଇଥିଲେ। ପ୍ରଦର୍ଶନକାରୀଙ୍କ ଗୁଳି ମାଡ଼ରେ ପୁଲିସ୍‍ ଏସ୍‍ଆଇ ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟିଛି। ମେରଠ ଏଡିଜି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ସହରରେ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଛି।
ଅନ୍ୟପକ୍ଷରେ ସ୍ୟାନାର ଏକ ଗ୍ରାମରେ ଗୋହତ୍ୟା ବିରୋଧରେ ପ୍ରଦର୍ଶନ କରିବାକୁ ଜମା ହୋଇଥିବା ଭିଡ ସହ ପୁଲିସ୍‍ର ସଂଘର୍ଷ ଘଟିଥିଲା। ଭିଡକୁ ଘଉଡ଼ାଇବା ପାଇଁ ପୁଲିସ୍‍କୁ ଗୁଳି ମାଡ଼ କରିବାକୁ ପଡ଼ିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି।
ବୁଲନ୍ଦସହର ଡିଏମ୍‍ ଅନୁଜ ଝା’ଙ୍କ କହିବା ଅନୁସାରେ ଅବୈଧ କଂସାଇଖାନା ବିରୋଧରେ ପ୍ରଦର୍ଶନ କରୁଥିବା ଲୋକ ଏବଂ ପୁଲିସ୍‍ କର୍ମୀଙ୍କ ମଧ୍ୟରେ ସଂଘର୍ଷ ସମୟରେ ଏସ୍‍ଆଇ ସୁବୋଧଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଛି। ଗୁଳି ମାଡ଼ରୁ ଏସ୍‍ଆଇଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories