www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରେ ନୂତନ ପ୍ରସ୍ତର ଯୁଗର ବସତି ଠାବ କରିଥିଲେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଓଡ଼ିଶା ଇତିହାସ କଗ୍ରେସର ମିିଳିତ ଆନୁକୁଲ୍ୟରେ ଓଡ଼ିଶା ଇତିହାସ କଂଗ୍ରେସର ପ୍ରତିଷ୍ଠା ଦିବସ ଏବଂ ପ୍ରଥମ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ସ୍ମାରକୀ ବକ୍ତୃତାମାଳା ବାଣୀବିହାର ପିଜି କାଉନ୍‍ସିଲ୍‍ ହଲ୍‍ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା ଯୋଗଦେଇ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ପ୍ରଥମ ସ୍ମାରକୀ ବକ୍ତୃତାମାଳା ପ୍ରଦାନ କରିଥିଲେ। ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୀବନୀ ଏବଂ ଓଡ଼ିଶା ଇତିହାସ ଓ ପ୍ରତ୍ନତତ୍ତ୍ୱକୁ ତାଙ୍କର ଅବଦାନ ଉପରେ ଆଲୋକପାତ କରି ପ୍ରଫେସର କିଶୋର କୁମାର ବାସା କହିଥିଲେ ଯେ ବୃତ୍ତିରେ ପରମାନନନ୍ଦ ଆଚାର୍ଯ୍ୟ ଜଣେ ଉଦ୍ଭିଦବିଜ୍ଞାନୀ ଥିଲେ। ଜାପାନ ଗସ୍ତରେ ଧାନ ଗବେଷଣା ଉପରେ ଅଧିକ ଗବେଷଣା ପାଇଁ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ସ୍ତିରୀକୃତ କରାଯାଇଥିଲା; କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ପରମାନନ୍ଦ ଆଚାର୍ଯ୍ୟଙ୍କ ଜାପାନ ଗସ୍ତ ସ୍ଥଗିତ ହୋଇଥିଲା। କଲିକତା ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଦ୍ୱାରା ମୟୂରଭଞ୍ଜ ଜିଲାରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରେ ନିଜକୁ ନିୟୋଜିତ କରିଥିଲେ ଏବଂ ପ୍ରଥମ କରି ଓଡ଼ିଶାରେ ନୂତନ ପ୍ରସ୍ତର ଯୁଗର ବସତି ଠାବ କରିଥିଲେ। ସମଗ୍ର ଭାରତବର୍ଷରେ କିଚେକଶ୍ୱରୀ ମନ୍ଦିରର ପୁନଃରୁଦ୍ଧାର ଏବଂ ସଂରକ୍ଷଣ ଯାହାକି ଭାରତବର୍ଷରେ ପ୍ରଥମ ଉଦାହରଣ। ଏଥିପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ଏଥିସହିତ ପ୍ରତ୍ନତତ୍ତ୍ୱ, ଶିଳାଲେଖ, ମୁଦ୍ରା, ଚାରୁକଳା ପ୍ରଭୃତିରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧି ଭାରତ ସରକାରଙ୍କ ଦ୍ୱାରା ଭୂଷିତ କରାଯାଇଥିଲା। ପରମାନନ୍ଦ ଆଚାର୍ଯ୍ୟଙ୍କ ଐତିହାସିକ କୃତି ଓ ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ନତତ୍ତ୍ୱର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ସହ ଭବିଷ୍ୟତରେ ଆଞ୍ଚଳିକବାଦ କିଭଳି ଭାବେ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଗବେଷଣାକୁ ପ୍ରଭାବିତ କରିବ ତାହା ପ୍ରଫେସର ବାସା ଉଲ୍ଲେଖ କରିଥିଲେ।

ଇତିହାସ କଂଗ୍ରେସର ସଭାପତି ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନ୍‍ସିଲ୍‍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ଲ୍ଲିକ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦେଇ ଇତିହାସର ଭବିଷ୍ୟତ ଏବଂ ଆମର କର୍ତ୍ତବ୍ୟ ସମ୍ପକରେ ସୂଚନା ଦେଇଥିଲେ। ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡ.ସୁବାସଚନ୍ଦ୍ର ବାରିକ ଧନ୍ୟବାଦ ଦେଇଥିଲେ। ସୁଶାନ୍ତ କୁମାର ପାତ୍ର, ଅନାମ ବେହେରା, ରମେଶ ମଲ୍ଲିକ, ବୈଲୋଚନ ପଢ଼ିହାରୀ, ଅଶୋକ କୁମାର ପଟ୍ଟନାୟକ, କମଳା ପ୍ରସାଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories