www.samajalive.in
Saturday, December 6, 2025
17.1 C
Bhubaneswar

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ସଇଁନ୍ତଲା/ବେଲଗାଁ : କରୋନା ମହାମାରି ନେଇ ସାଧାରଣ ପରିବାରଙ୍କ ଆର୍ଥିକ ଅବସ୍ଥା ଭୁଶୁଡି ପଡିଛି। ଏପରିପ୍ରେକ୍ଷୀରେ ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ସଦ୍ୟ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ ସହ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ସଇଁନ୍ତଲା ଠାରେ କଂଗ୍ରେସ ଦଳ ପକ୍ଷରୁ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଯୋଗ ଦେଇ ସରକାରଙ୍କ ଗରିବ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସେ ବିଧାୟକ ଥିବା ସମୟରେ ଟିଟିଲାଗଡ ନିର୍ବାଚନ ମଣ୍ଡଳିର ପିପଲପଦର, କରମତଲା ଏବଂ ତୁଷୁରା ଠାରେ ନୂତନ ବିଦ୍ୟୁତ ଗ୍ରୀଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ନେଇ ବିଦ୍ୟୁତ ବିଭାଗ ଉପରେ ପୂର୍ବତନ ମନ୍ତ୍ରୀ ବର୍ଷିଥିଲେ। ପରେ କଂଗ୍ରେସ କର୍ମୀ ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଯନ୍ତ୍ରୀଙ୍କୁ ଜରିଆରେ ଦାବି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅସଙ୍ଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ସାହୁ, ଜିଲା ସଂଯୋଜକ ଚକାଚରଣ ମାଝୀ, ସୁବ୍ରତ ବେହେରା, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ସରପଞ୍ଚ ବଜରଙ୍ଗଲାଲ ଜୈନ, ଅନନ୍ତ କାଲସାଏ, ଉତ୍ତମ ପଟେଲ, ଜ୍ୟୋତିରଞ୍ଜନ ମହାନ୍ତି, ଶରତ ବେହେରା, ସରୋଜ ପୁରୋହିତ, ଗଦାଧର ସାହୁ, ରଞ୍ଜିତ ସିଂ, ବୈକୁଣ୍ଠ ମାଝୀ, ପ୍ରେମ ଭୋଇ, ମିନି ସେଠ, ଶିବୁ ଶର୍ମା, ପ୍ରଦୀପ ବାଗ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories