www.samajalive.in
Friday, December 5, 2025
20.1 C
Bhubaneswar

କରୋନାରେ ମହିଳାଙ୍କ ମୃତ୍ୟୁ, ସଇଁନ୍ତଲା ଡାକ୍ତରଖାନା ୫ଦିନ ପାଇଁ ବନ୍ଦ

ସଇଁନ୍ତଲା/ବେଲଗାଁ : ସଇଁନ୍ତଲା ଡାକ୍ତରଖାନାରେ ଗତକାଲି ରାତ୍ରିରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏନେଇ ସୋମବାର ସକାଲୁ କୋଭିଡ-୧୯ ପ୍ରୋଟୋକଲ ଅନୁଯାୟୀ ପ୍ରଶାସନ ପକ୍ଷରୁ ମହିଳାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଅନ୍ତିମ ସତ୍କାର କରାଯାଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ବିଡିଓ ଦେବାଶିଷ ସାମଲ ଉପସ୍ଥିତ ଥିଲେ। ଅପରପକ୍ଷରେ ସଇଁନ୍ତଲା ଡାକ୍ତରଖାନା ଆଡଟଡୋରରେ ସୋମବାର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଡାକ୍ତରଖାନାରେ ରୋଗୀ ସେବାକୁ ଆଜି ଅପରାହ୍ନ ୨ଟାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ସଇଁନ୍ତଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଚିତ୍ତରଞ୍ଜନ ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ଏନେଇ ସଇଁନ୍ତଲା ଅଞ୍ଚଳରେ କରୋନା ମୁକାବିଳା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ସହ ସତର୍କ ଦୃଷ୍ଟି ରଖାଯାଇଥିବା ତହସିଲଦାର ଶ୍ରୀ ଡୁଙ୍ଗଡୁଙ୍ଗ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories