www.samajalive.in
Friday, December 5, 2025
26.1 C
Bhubaneswar

ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ

ଟିଟିଲାଗଡ : ଟିଟିଲାଗଡ ସହରର ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ନାବାଳିକା ଝିଅର ବିବାହ ଉଦ୍ୟମକୁ ସୋମବାର ଚାଇଲ୍ଡ ଲାଇନ ଏବଂ ଆଇସିଡିଏସ ବିଭାଗର ମିଳିତ ଉଦ୍ୟମ କ୍ରମେ ରୋକା ଯାଇପାରିଛି। ଏନେଇ ଟିଟିଲାଗଡ ଚାଇଲ୍ଡ ଲାଇନ ସଦସ୍ୟ ଶିବାନନ୍ଦ ବେହେରାଙ୍କ ସୂଚନା ମତେ ଭବାନୀପାଟଣା ଥାନା ଅନ୍ତର୍ଗତ ଲଟକାବାହାଲିରେ ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ତେବେ କନ୍ୟା ଅନ୍ୟ ପିଲା ସହ ଫେରାର ମାରିବା ନେଇ ଟିଟିଲାଗଡ ଅଞ୍ଚଳର ନାବାଳିକା ସହ ଜବରଦସ୍ତ ବିବାହ ପାଇଁ ଉଦ୍ୟମ ଚାଲିଥିଲା। ଏଥିରେ ନାବାଳିକାର ପିତା ଏବଂ ସାବତ ମାଆ ସାମିଲ ଥିଲେ। ଏପରିକି ନାବାଳିକାଙ୍କ ଆଜି ସ୍କୁଲରେ ପରୀକ୍ଷା ଥିବା ବେଳେ ମାରପିଟ କରି ସେଠାକୁ ନେଇ ଶତାଧିକ କୁଣିଆ ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ବିବାହ ଉଦ୍ୟମ କରାଯାଇଥିଲା। ଖବର ପାଇ ଟିଟିଲାଗଡ ସିଡିପିଓ ମୃଣ୍ମୟୀ ଭୋଇ, ସୁପରଭାଇଜର ମଞ୍ଜୁଲତା ପାଢୀ, ସୁଲୋଚନା ମହାନନ୍ଦ ଏବଂ ଚାଇଲ୍ଡ ଲାଇନ ସଦସ୍ୟ ଉକ୍ତ ଗ୍ରାମକୁ ପହଞ୍ଚିଥିଲେ। ଭବାନୀପାଟଣା ଜିଲା ସମାଜ କଲ୍ୟାଣ ଅଧିକାରୀ ଜ୍ୟୋର୍ତିମୟୀ ଜ୍ୟୋସ୍ନାରାଣୀ ପାତ୍ର, ଡିସିପିଓ କାଉନସିଲର ଅଂଶୁମାନ ବାବୁ, କେନ୍ଦ୍ରୀୟ ସଂଯୋଜକ କରିସ୍ମା ଦେବୀ, କେସିଙ୍ଗା ସିଡିପିଓ ମୁଜିବୁଲ ନେସା, ଚାଇଲ୍ଡ ଲାଇନ ସଦସ୍ୟ ସୁବାଶ ନାୟକ, ମହେନ୍ଦ୍ର ଚାଲାଣ ତଥା ସ୍ଥାନୀୟ ପୁଲିସଙ୍କ ସହାୟତାରେ ଗ୍ରାମରେ ପହଞ୍ଚି ବିବାହକୁ ରୋକିଥିଲେ। ତେବେ ସେଠାରୁ କୌଶଳକ୍ରମେ ନାବାଳିକାଙ୍କୁ ତାଙ୍କ ପିତା ଟିଟିଲାଗଡକୁ ନେଇ ଆସିଥିବା ଜଣାଯାଇଛି। ତେବେ ଟିଟିଲାଗଡ ଆଇସିଡିଏସ କର୍ମଚାରୀ ନାବାଳିକାକୁ ଠାବ କରିଥିବା ଜଣାଯାଇଛି। ଏନେଇ ବଲାଙ୍ଗିର ସିଡବ୍ଲୁସିଙ୍କ ପରାମର୍ଶ କ୍ରମେ ବ୍ୟବସ୍ଥା କରାଯିବ ବୋଲି ସିଡବ୍ଲୁସି ସଦସ୍ୟ ଶ୍ରୀ ବେହେରା କହିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories