www.samajalive.in
Saturday, December 13, 2025
26.1 C
Bhubaneswar

ହାଲ ଭିତରେ ବାବୁ ବେହାଲ…ଜିଲାପାଳଙ୍କ କାର୍ଯ୍ୟାଳୟରେ ଖତ ଖାଉଛି ପାଣି ମେସିନ୍

ବଲାଙ୍ଗିର : ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ। ଜିଲା ମୁଖିଆଙ୍କ ସମେତ ଏଠି ଅନେକ ଜିଲାସ୍ତରୀୟ କାର୍ଯ୍ୟାଳୟ କାର୍ଯ୍ୟ ଚାଲେ। ଜିଲାର କୋଣ ଅନୁକୋଣରୁ ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ବେଳେ ପାଣି ପାଇଁ ହା ହା କାର ହେଉଛନ୍ତି। ବାହାରେ ଜଳଛତ୍ର ଖୋଲା ଯାଇନଥିବା ବେଳେ ଭିତରେ ମଧ୍ୟ ସମାନ ଅବସ୍ଥା। ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଲାଗି ଅଭିଯୋଗକାରୀଙ୍କ ବସିବା ସ୍ଥାନରେ ପାଣି ମେସିନ୍ ଲାଗିଛି। ଏହା ସହ ଅତିରିକ୍ତ ଜିଲାପାଳଙ୍କ ପ୍ରକୋଷ୍ଠକୁ ମଧ୍ୟ ଲାଗି ସ୍ଥାପନ ହୋଇଛି ପାଣି ମେସିନ। ଥଣ୍ଡା ପାନୀୟ ଜଳ ବାହାରୁଥିବାରୁ ଅନେକ ଲୋକ ଉପକୃତ ହୋଇଥାନ୍ତି। କେବଳ ସାଧାରଣ ଲୋକ ନୁହେଁ, କାର୍ଯ୍ୟାଳୟ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଏହା ଉପରେ ନିର୍ଭରଶୀଳ। କିନ୍ତୁ ଦୀର୍ଘ ଦିନ ହେଲା ଅଚଳାବସ୍ଥା ଯୋଗୁଁ ପାନୀୟ ଜଳରୁ ଲୋକେ ବଞ୍ଚିତ ହେଉଛନ୍ତି। ଲୋକଙ୍କ ଅବସ୍ଥା ଯେମିତି, ବିଭାଗୀୟ ବାବୁ ଓ କର୍ମଚାରୀଙ୍କ ଅବସ୍ଥା ମଧ୍ୟ ସମାନ। ବଲାଙ୍ଗିର ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇପାରିନଥିବା ବେଳେ ଏବେ ବି ଅନେକ ସ୍ଥାନରେ କପଡା ଘୋଡା ଯାଇଥିବା ଜଳଛତ୍ର ଷ୍ଟଲ ଖାଲି ପଡିଛି। ପାଣି ପାଇଁ ଲୋକେ ହା ହା କାର ହେଉଥିବା ବେଳେ କୁଆଡେ ଜିଲାମୁଖିଆଙ୍କୁ ଏସବୁ ବୁଝିବାକୁ ସମୟ ନାହିଁ। ବାବୁ କାର୍ଯ୍ୟାଳୟରେ ଭାରି ବ୍ୟସ୍ତ। ଜିଲାସ୍ତରୀୟ ଅଧିକାରୀ ହେଲେ ବି ବାବୁ ସମସ୍ତଙ୍କ ଠାରୁ ବରିଷ୍ଠ। ତାଙ୍କ ତୁଣ୍ଡକୁ କେହି ସମ୍ଭାଳି ପାରୁନାହାନ୍ତି। ସମସ୍ୟା ନେଇ ଗଲେ ଓଲଟି ଅଭିଯୋଗକାରୀ ଉପରେ ସବୁ ଦୋଷ ଲଦୁଛନ୍ତି। ସେଥିପାଇଁ କୌଣସି ବିଭଗୀୟ ଅଧିକାରୀ କି କର୍ମଚାରୀ ଯାହା ହେଲେ ମଧ୍ୟ ତୁନି ଫିଟାଉନାହାନ୍ତି। ବରଂ ଚୁପ୍ ରହିବା ପାଇଁ ଶ୍ରେୟ ମଣୁଛନ୍ତି। ଫଳରେ ସମସ୍ୟା ଯେଉଁଠି କି ସେଇଠି ପଡିଥିବା ବେଳେ ବାବୁମାନେ ନିଜ ନିଜ ବାଟରେ। ହେଲେ ଏସବୁ ଭିତରେ ସବୁଠି ଗୋଟିଏ ଚର୍ଚ୍ଚା, ହାଲ ଭିତରେ ବେହାଲ ଜିଲା ମୁଖିଆ ବାବୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories