www.samajalive.in
Saturday, December 13, 2025
23.1 C
Bhubaneswar

ଆଜି ପ୍ରତିଷ୍ଠା ଦିବସ; ଝଲସୁଛି ଉତ୍କଳ କ୍ୟାମ୍ପସ୍‌

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହେବ। କୋଭିଡ କଟକଣା ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଦିବସକୁ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି।
ଏହି ଅବସରରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ନବନିର୍ମିତ ‘ଧର୍ମପଦ ଦୀକ୍ଷାନ୍ତ’ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ପ୍ରାକ୍ତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅତିଥି ଭାବେ ଯୋଗଦେବେ। କୁଳସଚିବ ଡ.ଅଭୟ କୁମାର ନାୟକ ଓ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକଙ୍କ ସମେତ ଅନ୍ୟ ପଦାଧିକାରୀଙ୍କୁ ନେଇ ପ୍ରତିଷ୍ଠା ଦିବସ ଉପଲକ୍ଷେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି।
ବିଶ୍ବବିଦ୍ୟାଳୟ ପକ୍ଷରୁ ‘ବିଦ୍ୟାନିଧି’ ଅଟ୍ଟାଳିକା ଲୋକାର୍ପଣ ହୋଇଥିବାବେଳେ ଅହିଂସା ସ୍ଥଳ ନାମରେ ଆକର୍ଷଣୀୟ ଉଦ୍ୟାନ, ପରିଜା ପାଠାଗାର ନବୀକରଣ, ବିଦ୍ୟାଭୂଷଣ ଓ କଳାଭୂଷଣ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଇଣ୍ଟରନେଟ୍‌ ଓ ୱାଇଫାଇ ଯୁକ୍ତ ସ୍ବତନ୍ତ୍ର ଗବେଷଣା ପରିସରକୁ ନବୀକରଣ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି।
ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେବାଭୂମିର ପରିକଳ୍ପନା କରାଯାଇଥିବା ବେଳେ ଏହା ନିର୍ମାଣ ଚାଲିଛି। ବିଶ୍ବବିଦ୍ୟାଳୟ ପରିସରର ଶୃଙ୍ଖଳା ଓ ସୁରକ୍ଷା ପାଇଁ ପାଚେରି ଓ ନାରୀ ସମ୍ବେଦନଶୀଳ ମନୋଭାବକୁ ନେଇ ଡେ କେୟାର ସେଣ୍ଟରର କାର୍ଯ୍ୟ ଚାଲିଛି। ଆସନ୍ତାବର୍ଷ ନିର୍ମାଣ ଚାଲିଥିବା କାମକୁ ତ୍ବରାନ୍ବିତ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। କୁଳପତି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ବିଶ୍ବବିଦ୍ୟାଳୟର ଉନ୍ନୟନ କାମକୁ ଆଗାମୀ ଦିନରେ ତ୍ବରାନ୍ବିତ କରାଯିବ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories