www.samajalive.in
Sunday, December 14, 2025
23.1 C
Bhubaneswar

ଦଶହରାରୁ ଆରମ୍ଭ ବେଶ ପ୍ରସ୍ତୁତି

ଶ୍ରୀଜୀଉଙ୍କ ଆକର୍ଷଣୀୟ ନାଗାର୍ଜୁନ ବେଶପାଇଁ ଦଶହରା ତିଥିରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଫୁଲ ପହଞ୍ଚିବା ପରେ ଚକ୍ରକୋଟ ଖୁଣ୍ଟିଆ ସଂକଳ୍ପ କରିଥିଲେ। ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା। ବେଶ ସାମଗ୍ରୀ ପ୍ରସ୍ତୁତ ପାଇଁ ସୋଲଶିଳ୍ପୀ, ଚିତ୍ରଶିଳ୍ପୀ ଏବଂ ଦରଜିଙ୍କୁ ଚକ୍ରକୋଟ ଖୁଣ୍ଟିଆ ଗୁଆଟେକି ନିମନ୍ତ୍ରଣ କରିଥିଲେ। ଏହାପରେ କାରିଗରମାନେ ନିଜ ହାତହତିଆର ପୂଜା କରିଥିଲେ। ସେହିଦିନଠାରୁ ଆରମ୍ଭ ହୋଇଥିଲା ନାଗାର୍ଜୁନ ବେଶ ସାମଗ୍ରୀ ପ୍ରସ୍ତୁତି। ହବିଷବ୍ରତ ପାଳନ କରିବା ସହ ଅତ୍ୟନ୍ତ ନିଷ୍ଠାପର ଭାବେ ଚକ୍ରକୋଟ ଖୁଣ୍ଟିଆଙ୍କ ପରିବାର ଏବଂ କାରିଗରମାନେ ନାଗାର୍ଜୁନ ବେଶ ପ୍ରସ୍ତୁତିରେ ଲାଗି ପଡିଥିଲେ। ବେଶସାମଗ୍ରୀ ପ୍ରସ୍ତୁତିରେ ସୋଲଶିଳ୍ପୀ ବସନ୍ତ କୁମାର ରଣା, ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାପି ମାଝି, ରଘୁନାଥ ବେହେରା, ଦରଜି ସେବକ ଲୋକନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ବିଜୟ କୁମାର ମହାପାତ୍ର ଏବଂ ଚିତ୍ରକର ଜୀତେନ୍ଦ୍ର କୁମାର ମହାପାତ୍ର ନିୟୋଜିତ ହୋଇଥିଲେ। ଗୁରୁବାର ବେଶ ଉପକରଣ ପ୍ରସ୍ତୁତି ଶେଷହେବା ପରେ ପୁରୋହିତ ତାହାକୁ ସଂସ୍କାର କରିଥିଲେ। ଏହାପରେ ବନ୍ଦାପନା କରାଯିବା ସହ ବିଜେ କାହାଳୀ ବାଜିଥିଲା। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଛତ୍ରୀ ଏବଂ ବିଜେ କାହାଳୀସହ ପଟୁଆରରେ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ନାଗାର୍ଜୁନ ବେଶ ସାମଗ୍ରୀ ପଠା ଯାଇଥିଲା।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories