ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ସାମଗ୍ରୀ ସୋଲ, କନା, ଜରି, କଇଁଥଅଠା ଏବଂ ବେତରେ ପ୍ରସ୍ତୁତ କରାଯାଏ। ତାହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫୁଲ ଏବଂ ଦୂବରେ ସଜ୍ଜିତ କରାଯାଏ। ଏହି ବେଶରେ ମହାପ୍ରଭୁ ହାଣ୍ଡିଆ, ହାଣ୍ଡିଆଫୁଲ, ନାଗାତାଟି, ଦାଢି, ଛୁରି, କଟାରି, ଖଣ୍ଡା, ଭାଲା ଆଦି ୧୬ପ୍ରକାର ହତିଆର, ବାଘଛାଲ, ସିଙ୍ଘଡା, କଲିଫି ଫୁଲ, ସୋଲଫୁଲ, ହତା, ନାକୁଆସି, ଓହଳମାଳ ପରିଧାନ କରିଥାଆନ୍ତି। ଏସବୁ ବ୍ୟତୀତ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, ବାଘନଖିମାଳି, ହରିଡାମାଳି ଲାଗି କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖଚକ୍ର ଏବଂ ଶ୍ରୀବଳଭଦ୍ର ହଳମୂଷଳ ଧାରଣ କରିଥାଆନ୍ତି। ନାଗାବେଶରେ ପ୍ରଭୁଙ୍କୁ ସଜ୍ଜିତ କରାଯାଏ। ଭିତରଛ, ତଳିଛ ଏବଂ ପୁଷ୍ପାଳକ ସେବକ ପ୍ରଭୁଙ୍କୁ ନାଗାବେଶ କରନ୍ତି। ଖୁଣ୍ଟିଆ ଏବଂ ମେକାପ ସେଥିରେ ସହଯୋଗ କରିଥାଆନ୍ତି।
Popular Categories



