www.samajalive.in
Sunday, December 14, 2025
26.1 C
Bhubaneswar

‘ନିଭାର’ ପ୍ରକୋପ: ତାମିଲନାଡୁରେ ୫ ମୃତ

ଚେନ୍ନଇ : ସାମୁଦ୍ରିକ ଝଡ଼ ‘ନିଭାର’ ଗୁରୁବାର ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁବା ସହିତ ତାମିଲନାଡୁରେ ତାଣ୍ଡବ ଘଟାଇଛି। ଏହାର ପ୍ରଭାବରେ ଚେନ୍ନଇ ଆଖପାଖରେ ଅନ୍ୟୂନ ୫ଜଣଙ୍କ ମୃତ୍ୟୁ ଘଟିିଛି ଓ ତିନି ଜଣ ଆହତ ହୋଇଛନ୍ତି। ବାତ୍ୟା ଯୋଗୁଁ ତାମିଲନାଡୁ ଓ ପୁଡୁଚେରୀରେ ନାହିଁ ନ ଥିବା ବିପର୍ଯ୍ୟୟ ଘଟିଛି। ବହୁ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ଘର ଭାଙ୍ଗିଛି। ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ସହିତ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ପଡ଼ୋଶୀ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ନିଭାରର କିଛିଟା ପ୍ରକୋପ ଲକ୍ଷ୍ୟ କରାଯାଇଛି। ଏହି ଦୁଇ ରାଜ୍ୟରେ ବୁଧବାର ରାତିରୁ ଗୁରୁବାର ଦିନସାରା ପ୍ରବଳ ବର୍ଷା ଲାଗିରହିଥିଲାବେଳେ ଆନ୍ଧ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
‘ନିଭାର’ ଗୁରୁବାର ଭୋର ସମୟରେ ପୁଡୁଚେରୀଠାରେ ଉପକୂଳ ଛୁଇଁବାବେଳେ ଘଣ୍ଟା ପ୍ରତି ୧୩୦ କିମି ବେଗରେ ପବନ ବହୁଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଆସନ୍ତା ୨୯ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି କୁହାଯାଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନଇ ମହାନଗରୀ ସମ୍ପୂର୍ଣ୍ଣ ଜଳପ୍ଳାବିତ ହୋଇପଡ଼ିଛି। ଏଥିଯୋଗୁଁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ଚେନ୍ନଇ ବିମାନବନ୍ଦରକୁ ବନ୍ଦ ରଖାଯାଇଛି। ତାମିଲନାଡୁର ୧୯ ଜିଲା ଏହା ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୫୦୦ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିବାବେଳେ ବିଭିନ୍ନ ଅଞ୍ଚଳରେ ୫୨ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ଅପରପକ୍ଷରେ ପୁଡୁଚେରୀ ସରକାର ରାଜ୍ୟରୁ ୧୪୪ ଧାରା ପ୍ରତ୍ୟାହାର କରିନେଇଛନ୍ତି। ତାଣ୍ଡବ ପରେ ନିଭାର ଦୁର୍ବଳ ହୋଇପଡ଼ିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଏହା ଏବେ ଉତ୍ତର ଓ ଉତ୍ତର ପଶ୍ଚିମ ଆଡକୁ ଗତି କରି ଅଧିକ ଦୁର୍ବଳ ହୋଇପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories