www.samajalive.in
Sunday, December 7, 2025
14.1 C
Bhubaneswar

ପରୀକୁ ନ୍ୟାୟ ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ବାଇକ୍‌ ଶୋଭାଯାତ୍ରା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଙ୍ଘ, ବାଣୀବିହାର ତରଫରୁ ବିଶ୍ୱବିଦ୍ୟାଳୟ ମୂଖ୍ୟ ଫାଟକ ନିକଟରୁ ଏକ ବାଇକ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନି ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତଳିକା ଦାହ କରିବା ସହ ପରୀକୁ ନ୍ୟାୟ ଦେବା ନିମନ୍ତେ ଦାବି କରାଯାଇଥିଲା। ସଙ୍ଗଠନ ତରଫରୁ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀପଦ ବହିଷ୍କାର କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା।


ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ନୟାଗଡ଼ର କୁନି ଝିଅ ପରୀକୁ ହତ୍ୟାକରି ତାର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାଢି ହତ୍ୟାକାରୀ ତାକୁ ବାହାରେ ପକାଇ ଦେଇଥିଲେ । ଏ ନେଇ ତା’ର ବାପା ମା ଦୀର୍ଘ ଚାରି ମାସ ହେଲା ଥାନାରେ ଏତଲା କରିଥିଲେ ମଧ୍ୟ ପୁଲିସ ଏ ନେଇ କୌଣସି ପଦକ୍ଷେପ ନନେଇ ପରୀ ପରିବାରକୁ ଧମକ ଦେବା ସହ ଲାଞ୍ଚ ଯାଚିଥିବା ଭଳି ଚଞ୍ଚଲ୍ୟ କର ଆଭିଯୋଗ ଆସିଛି। ଏହି ତଦନ୍ତକୁ ସରକାର ଚପେଇବାକୁ ଯାଇ କ୍ରାଇମବ୍ରାଞ୍ଚ କୁ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ସଙ୍ଘଠନ ଏହି ତଦନ୍ତ ର ନିରପେକ୍ଷ ଉପରେ ଆଙ୍ଗୁଠି ଉଠେଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଏହି ଆନ୍ଦୋଳନରେ ଛାତ୍ରନେତା ମାନସ କମାର ସାହୁ, ସୁବ୍ରତ ବିଶ୍ୱାଳ, ରତନ କୁମାର ଦିଗଲ, ଜ୍ୟୋତି ରଞ୍ଜନ ସାହୁ,ଚଣ୍ଡୀ ପ୍ରଶାଦ ବେହେରା, ଭବରଞ୍ଜନ ବେହେରା, ସୌଭାଗ୍ୟ ରାଉତ, ରାଜେଶ ପରିଡା, କାଳନ୍ଦୀ ସେଠି ସମେତ ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories