www.samajalive.in
Saturday, December 13, 2025
23.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଚିନି

ଚିନି ବହୁ ଖାଦ୍ୟ ଓ ପାନୀୟ ପ୍ରସ୍ତୁତିର ମୁଖ୍ୟ ଉପାଦାନ ହୋଇଥାଏ। ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ପସନ୍ଦ ମିଠା ଓ ପ୍ରାୟତଃ ମିଠାର ପ୍ରସ୍ତୁତି ଚିନି ବିନା ଅସମ୍ଭବ। ସମସ୍ତଙ୍କ ରୋଷେଇ ଘରେ ଆଉ କିଛି ଥାଉ ଅବା ନଥାଉ ହେଲେ ଚିନି ନିଶ୍ଚୟ ଉପଲବ୍ଧ ଥାଏ। ତେବେ କ’ଣ ଆପଣ ଜାଣନ୍ତି ଚିନି ଖାଦ୍ୟରେ ବ୍ୟବହୃତ ହେବା ସହିତ ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ? ଏହାକୁ ମୁହଁରେ ଲଗାଇଲେ ଅନେକ ଲାଭ ମିଳିଥାଏ। ଚିନିକୁ ସ୍କ୍ରବ୍‍ ଭାବେ ବ୍ୟବହାର କରିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ବିଭିନ୍ନ ପ୍ରକାର ମୁଖ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ମୁହଁରେ ସୁଗାର୍ ସ୍କ୍ରବ୍ର ବ୍ୟବହାର କିପରି କରିବେ –
ସୁଗାର୍‍ ସ୍କ୍ରବ୍‍ :
ଯଦି ଆପଣଙ୍କ ପାଖେ ବେଶି ସମୟ ନାହିଁ, ତେବେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହାପରେ କିଛି ଚିନି ଆଣି ହାଲ୍କା ଭାବରେ ମୁହଁରେ ୩ରୁ ୪ମିନିଟ୍ ପର୍ୟ୍ୟନ୍ତ ମାଲିସ୍ କରନ୍ତୁ। ମାଲିସ୍ କରିବା ପରେ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାପରେ ଦେଖିବେ ଆପଣଙ୍କ ମୁହଁ ଉଜ୍ଜ୍ୱଳ ଦେଖାଯିବ।
ସୁଗାର୍ ସ୍କ୍ରବ୍ ଏବଂ ଗ୍ରୀନ୍ ଟି :
ଗ୍ରୀନ୍ ଟି’ କୁ ପାଣିରେ ମିଶାଇ ଛାଣି ଦିଅନ୍ତୁ ଏବଂ ସେଥିରେ କିଛି ଚିନି ମିଶାନ୍ତୁ। ବର୍ତ୍ତମାନ ଏହି ସୁଗାର୍ ସ୍କ୍ରବ୍କୁ ମୁହଁରେ ଲଗାନ୍ତୁ। ଏହାକୁ ବ୍ୟବହାର କଲେ ମୁହଁରେ ଦେଖାଯାଉଥିବା ଚର୍ମ କୁଞ୍ଚନ ଦୂରେଇ ଯାଇଥାଏ। ଏହି ସ୍କ୍ରବ୍ରେ ଆଣ୍ଟିବାୟୋଟିକ୍ ଗୁଣ ରହିବା ସହିତ ଏନ୍ଜାଇମ୍ ଏବଂ ଆମିନୋ ଏସିଡ୍ ରହିଛି, ଯାହା ଚର୍ମ ପାଇଁ ଖୁବ୍‍ ଲାଭଦାୟକ।
ସୁଗାର୍ ସ୍କ୍ରବ୍ ଏବଂ କ୍ଲିଞ୍ଜର୍ :
ଆପଣ ମୁହଁକୁ ସଫା କରିବା ପାଇଁ ଯାହାବି କ୍ଲିଞ୍ଜର୍ ବ୍ୟବହାର କରୁଛନ୍ତି ସେଥିରେ କିଛି ଚିନି ମିଶାନ୍ତୁ। ଏହାକୁ ମୁହଁରେ ମାଲିସ୍ କରନ୍ତୁ ଏବଂ କିଛି ସମୟ ପରେ ମୁହଁକୁ ଧୋଇଦିଅନ୍ତୁ।
ବାଦାମ ତେଲ ଏବଂ ସୁଗାର୍ ସ୍କ୍ରବ୍ :
୧ ଚାମଚ ଚିନି ଏବଂ ୨ ଚାମଚ ବାଦାମ ତେଲ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ମାଲିସ୍ କରି ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ବାଦାମ ତେଲରେ ଭିଟାମିନ୍ ସି ରହିଛି, ଯେଉଁଥିରେ ଚର୍ମ ସମସ୍ୟା ଦୂର ହୋଇଥାଏ।
ଦହି ଏବଂ ସୁଗାର୍ ସ୍କ୍ରବ୍ :
ଅଧା କପ୍ ଦହିରେ ୨ ଚାମଚ ଚିନି ମିଶାନ୍ତୁ। ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ସ୍କ୍ରବ୍କୁ ମାଲିସ୍ କରିବା ପରେ ମୁହଁରେ ଥିବା କୁଞ୍ଚନ ଏବଂ ବ୍ୟାକ୍ଟେରିଆ ଦୂର ହୋଇଥାଏ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories