www.samajalive.in
Saturday, December 13, 2025
27.1 C
Bhubaneswar

ପିଆଜର ରସ ସହ ଭିଟାମିନ-ଇ ମିଶାଇ ଏହାକୁ ରାତିରେ ଓଠରେ ଲଗାନ୍ତୁ

ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଆମେ ପିଆଜକୁ କିଭଳି ବ୍ୟବହାର କରିବା……………
ପିଆଜର ରସ ସହ ଭିଟାମିନ-ଇ ମିଶାଇ ଏହାକୁ ରାତିରେ ଓଠରେ ଲଗାନ୍ତୁ। ସକାଳେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ।
ପିଆଜର ରସକୁ ମୁହଁରେ ଲଗାଇଲେ ମୁହଁରେ ଥିବା କଳାଦାଗ ଦୂର ହୋଇଥାଏ।
୧ ଚାମଚ ପିଆଜ ରସ, ବେସନ ୧ ଚାମଚ , ଅଳ୍ପ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ରୁ ୪ ଥର ଲଗାଇବା ଦ୍ୱାରା ମୁହଁ ଗୋରା ଓ ଉଜ୍ୱଳ ହୋଇଥାଏ।
ତ୍ୱଚାର ଦାଗ ଦୂର କରେ –
ବହୁ ପୁରୁଷ ଓ ମହିଳାଙ୍କ ମୁହଁରେ ବିଭିନ୍ନ ଦାଗ ଥାଏ। ନିୟମିତ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ ମହୁ ଓ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା ମୁହଁର ସମସ୍ତ ଦାଗ ଦୂର ହୋଇଥାଏ।
ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଏହାକୁ ସେବନ କରନ୍ତୁ। ଏପରି ପିଆଜ ଚୋପାର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଚର୍ମକୁ ପରିଷ୍କାର କରିବା ତଥା ଉଜ୍ୱଳ କରିବା ପାଇଁ ଆମେ ପିଆଜକୁ ବ୍ୟବହାର କରି ପାରିବା। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ପିଆଜକୁ ପେଷ୍ଟ କରି ଏହାକୁ ମୁହଁରେ ଲଗାଇଲେ ମୁହଁର ଚମକ ବୃଦ୍ଧି ପାଇଥାଏ।
ପିଆଜରେ ଭିଟାମିନ ଏ, ସି, ଇ ଥିବାରୁ ସୂର୍ୟ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ସହ ଉଜ୍ୱଳତା ପ୍ରଦାନ କରିଥାଏ।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories