www.samajalive.in
Thursday, December 11, 2025
18.1 C
Bhubaneswar

ପାକିସ୍ତାନ ସହ ବାଣିଜ୍ୟିକ ସମ୍ପର୍କ ପୁନଃ ଆରମ୍ଭ ପାଇଁ ସିଦ୍ଧୁଙ୍କ ଇସାରା

ଚଣ୍ଡୀଗଡ଼: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁନର୍ବାର ଆରମ୍ଭ କରିବାକୁ ଇସାରା କରିଛନ୍ତି କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂହ ସିଦ୍ଧୁ। ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁଣି ଚାଲୁ କରିବାର ସମ୍ଭାବନା ଥିବା ସିଦ୍ଧୁ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି। ଏହା ସହିତ ଟ୍ବିଟ୍‌ରେ ସିଦ୍ଧୁ ପାକିସ୍ତାନ ଗସ୍ତ ସମୟର କିଛି ପୁରୁଣା ଭିଡିଓ କ୍ଲିପ ମଧ୍ୟ ଶେୟାର କରିଛନ୍ତି।

ଗତ ମାର୍ଚ୍ଚ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ଚିଠି ଲେଖି ଦେଶବାସୀଙ୍କୁ ପାକିସ୍ତାନ ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ମୋଦୀ ଲେଖିଥିଲେ, ଭାରତ ପାକିସ୍ତାନ ସହିତ ଏକ ସୌହାଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ଆଶା ରଖିଛି, କିନ୍ତୁ ତାହା ବିଶ୍ଵାସ, ଆତଙ୍କବାଦମୁକ୍ତ ଏବଂ ଶତ୍ରୁତାମୁକ୍ତ ପରିବେଶର ହେବା ଦରକାର। ମୋଦୀଙ୍କ ଏହି ଚିଠି ପରେ ସିଦ୍ଧୁ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କର ପୁନଃଆରମ୍ଭ ଦିଗରେ ଇସାରା କରିଛନ୍ତି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories