www.samajalive.in
Saturday, December 6, 2025
14.1 C
Bhubaneswar

କୋଭିଡ୍ ଟୀକା ନେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବୃଦ୍ଧ

ନର୍ଲା : ବିଶ୍ୱନାଥପୁର ବ୍ଲକ ଅଧିନସ୍ଥ ମୁଣ୍ଡାଗାଁର ୪ଜଣ ବୃଦ୍ଧ କୋଭିଡ୍ ଟୀକା ନେବା ପାଇଁ ବିଶ୍ୱନାଥପରୁ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସରକାର ବୃଦ୍ଧ/ବୃଦ୍ଧା ବୟସର ଲୋକଙ୍କ ପାଇଁ ଟୀକା ନେବାର ବ୍ୟବସ୍ଥାନୁଯାୟୀ  ୪ଜଣ ବୃଦ୍ଧ ସନ୍ୟାସୀ ଘଟେଇ,ଧନେଶ୍ୱର ପାତ୍ର,ଜଗଦୀଶ ପୁଜାରୀ,ଅଙ୍ଗଦ କୁମୁରା ଏକ ଅଟୋ ଭଡାକରି ନିଜ ଗାଁ ମୁଣ୍ଡାଗାଁରୁ ବିଶ୍ୱନାଥପରୁ ଡାକ୍ତରଖାନକୁ ଯାଉଥିଲେ। ତେବେ ଯିବା ବାଟରେ ମକରଦଣି ବୁଲାଣି ଠାରେ ଏକ ବାଇକ୍ ସହ ଅଟୋ ମୁହାୁଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ ଚାଳକ ସହ ଏହି ୪ଜଣ ବୃଦ୍ଧ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ୧୦୮ ଯୋଗେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ଡାକ୍ତର ସେମାନଙ୍କର ଚିକିତ୍ସା କରିବାସହ ବିଶେଷ ଗୁରୁତର କାରଣରୁ ବାଇକ ଚାଳକ ସହ ଜଗଦୀଶ ପୁଜାରୀ ଓ ଅଙ୍ଗଦ କୁମୁର ଦୁଇ ବୃଦ୍ଧଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରିଛନ୍ତି। ଏହା ଜଣାପଡିବା ପରେ ଲୋକେ ଏହାକୁ ଏକ ଦୁଃଖଦ ଘଟଣା ବୋଲି ଚର୍ଚ୍ଚା କରୁଛନ୍ତି। ବୃଦ୍ଧ ବୟସରେ ହାତଗୋଡରେ ଆଘାତ ଲାଗିଥିବା ନିରୀହ ଲୋକଙ୍କ ଆରୋଗ୍ୟ ପାଇଁ ସରକାରୀ ସହାୟତା ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories