www.samajalive.in
Saturday, December 6, 2025
17.1 C
Bhubaneswar

କୋଭିଡ ପାଇଁ ବାଧାପ୍ରାପ୍ତ ହେବନାହିଁ ଅର୍ଥନୈତିକ ପୁନରୁଦ୍ଧାର; ଆଶ୍ୱାସନା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ମୁମ୍ବଇ: ଦେଶରେ ଆରମ୍ଭ ହୋଇଥିବା କୋଭିଡର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହାକୁ ରୋକିବା ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ଲୋଡା ବୋଲି ସେ କହିଛନ୍ତି। ତେବେ ଗତବର୍ଷ କୋଭିଡ କାରଣରୁ ଦେଶରେ ଯେଉଁଭଳି ଲଗାତର ଲକ୍‍ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିଲା, ଚଳିତ ବର୍ଷ ସେଭଳି ହେବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ଦାସ ଆଶ୍ୱାସନା ଦେଇ କହିଛନ୍ତି ଯେ କୋଭିଡ କାରଣରୁ ଦେଶର ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ପ୍ରଭାବିତ ହେବନାହିଁ।
ଶ୍ରୀ ଦାସ କହିଛନ୍ତି, ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିବ। ୨୦୨୧-୨୨ ଆର୍ଥିକ ବଷଁ ପାଇଁ ଆରବିଆଇ ୧୦.୫% ଅଭିବୃଦ୍ଧି ହାର ହାସଲ ଲକ୍ଷ୍ୟ ରଖିଥିବାବେଳେ ସେଥିରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, ଦ୍ରୁତଗତିରେ କୋଭିଡ ପ୍ରତିଷେଧକ ଟିକାକରଣ, କୋଭିଡ ନିୟମାବଳୀ ପାଳନ କରିବାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଭଳି ଅନେକ କାରଣ ରହିଛି, ଯାହା ଅର୍ଥନୈତିକ ପୁନରୁଦ୍ଧାରକୁ ସୁରକ୍ଷିତ ରଖିବ। ସେଥିପାଇଁ ପୁନର୍ବାର ଲକ୍‍ଡାଉନ କରାଯିବାର ଆବଶ୍ୟକତା ପଡିନପାରେ। ଅବଶ୍ୟ ସେ ସ୍ୱୀକାର କରିଥିଲେ ଯେ ଦେଶର ଅଧିକାଂଶ ଭାଗରେ କୋଭିଡ ସଂକ୍ରମଣ ପୁନଃ ଦ୍ରୁତଗତିରେ ବୃଦ୍ଧିପାଇବା ଚିନ୍ତାର ବିଷୟ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ ଶନିବାର ଦିନ ପ୍ରାୟ ୬୨ହଜାର ନୂଆ କୋଭିଡ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟାରେ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଭୂତାଣୁର ଏକ ନୂଆ ଷ୍ଟ୍ରେନ୍‍ ମଧ୍ୟ ଠାବ କରାଯାଇଛି। ସେଥିପାଇଁ ଦେଶର କେତେକ ଭାଗରେ ରାତ୍ରିକାଳୀନ କର୍ଫ୍ୟୁ ଏବଂ କଡାକଡି ଲକ୍‍ଡାଉନ ପୁଣି ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଦୀର୍ଘକାଳ ସମଗ୍ର ଦେଶରେ ଲକ୍‍ଡାଉନ ପରିସ୍ଥିତି ଲାଗି ରହିବାରୁ ଆର୍ଥିକ ସ୍ଥିତି ଉପରେ ତାହାର ଗୁରୁତର ପ୍ରତିକୂଳ ପ୍ରଭାବ ପଡିଥିଲା। ତେବେ ଚଳିତ ବର୍ଷ ସେଭଳି ଲକ୍‍ଡାଉନ ଆଉ ନହୋଇପାରେ ବୋଲି ଆର୍‍ବିଆଇ ଗଭର୍ଣ୍ଣର କହିଛନ୍ତି। ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିବାକୁ ରିଜର୍ଭ ବ୍ୟାଙ୍କ ତାହାର ସମସ୍ତ ନୀତିଗତ ସାଧନକୁ ଉପଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories