www.samajalive.in
Sunday, December 7, 2025
26.1 C
Bhubaneswar

ଥାନା ପରିସରରେ ବାଣ ଫୁଟା ଅଭିଯୋଗ !

ସମ୍ବଲପୁର : କରୋନା ସଙ୍କଟ ଏ ପର୍ଯ୍ୟନ୍ତ ଟଳି ନ ଥିବା ବେଳେ ଶୀତ ଋତୁରେ ଏହାର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଦୀପାବଳିର ଅନେକ ପୂର୍ବରୁ ବାଣ ବିକ୍ରି ଓ ଫୁଟା ଉପରେ ରୋକ୍ ଲଗାଇଛନ୍ତି। କିନ୍ତୁ ସମ୍ବଲପୁର ଜିଲାରେ ଏହି ନିୟମ ଲାଗୁ କରିବାରେ ଘୋର ବ୍ୟତିକ୍ରମ ଦେଖାଯାଉଛି। ପ୍ରଥମରୁ ହିଁ ସମ୍ବଲପୁର ଜିଲା ପ୍ରଶାସନ, ପୁଲିସ ଓ ଅଗ୍ନିଶମ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଓ ଢ଼ିଲା ମନୋବୃତ୍ତି ଯୋଗୁଁ ସହରର ଅନେକ ସ୍ଥାନରେ ଅସାଧୁ ବ୍ୟବସାୟୀ ଓ ଦୋକାନୀ ମାନେ ନିର୍ବିଘ୍ନରେ ଲୁଚାଛପା ବାଣ  ବିକ୍ରି କରି ବେଶ ବ୍ୟବସାୟ କରିଥିବା ବେଳେ ଶନିବାର ଦୀପାବଳି ଅବସରରେ ସହରର କିଛି ଥାନା ପରିସରରେ ବାଣ ଫଟାଇବାର ମଧ୍ୟ ଅଭିଯୋଗ ହୋଇଛି। ଏଣୁ ଥାନା ପରିସର ମଧ୍ୟରେ ସରକାରୀ ନିୟମ ଉଲ୍ଲଂଘନର ନିରପେକ୍ଷ ଯାଞ୍ଚ କରିବା ପାଇଁ ସହରବାସୀ ଦାବି କରୁଛନ୍ତି। ଗୋଟିଏ ପଟରେ ସାଧାରଣ ଜନତାଙ୍କ ବାଣ ଫଟାଇବା ଉପରେ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ନିୟମ କାର୍ଯ୍ୟକାରୀ ସଂସ୍ଥା ଗୁଡିକ ପକ୍ଷରୁ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯିବା ଅଭିଯୋଗ ହେବାରୁ ସାଧାରଣରେ ନାପସନ୍ଦ କରାଯାଉଛି। ଯଦି ନିୟମ ଲାଗୁକାରୀ ସଂସ୍ଥା ଗୁଡିକ ସରକାରୀ ନିୟମର ଉଲ୍ଲଂଘନ କରିବେ ତାହା ହେଲେ ଜନତା କାହା ଉପରେ ଭରସା କରିବେ ବୋଲି ପ୍ରଶ୍ନ କରୁଛନ୍ତି। ସହର ମଧ୍ୟରେ ବାଣ ଫଟାଇବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ କିଛି ଲୋକଙ୍କ ଉପରେ ରବିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଖୋଦ୍ ନିଜେ ନିୟମର ଉଲ୍ଲଂଘନ କରିବା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି ହେଉଛି। ସରକାର ପୁଲିସର କାର୍ଯ୍ୟ ଉପରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ ଥାନା ପରିସର ଗୁଡିକୁ ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସରେ ରଖିଛନ୍ତି। ଏଣୁ ତୁରନ୍ତ ଏହି ଅଭିଯୋଗ ଉପରେ ବିହିତ ପଦକ୍ଷେପ ନେଇ ସମସ୍ତ ଥାନା ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତେଣୁ ଜନତାଙ୍କ ମଧ୍ୟରେ ଭରସା ହରାଉଥିବା ଉପରିସ୍ଥ ଅଧିକାରୀ ମାନେ ଏହି ଅଭିଯୋଗର ଯାଞ୍ଚ କରି ପୁଲିସର ଭାବମୂର୍ତ୍ତିକୁ ମଳିନ ହେବାରୁ ରକ୍ଷା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତବ୍ୟକ୍ତ କରାଯାଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories