ବିପଦ ଟଳିନି, ସଭିଏଁ ମାସ୍କ ପିନ୍ଧନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ରାଜ୍ୟବାସୀଙ୍କୁ କହିଛନ୍ତି ଯେ, କରୋନା ମହାମାରୀର ବିପଦ ଏଯାଏଁ ଟଳି ନାହିଁ । ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ସଚେତନ ହୁଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଅନ୍ୟପକ୍ଷରେ ରାଜ୍ୟରେ କରୋନା ସ୍ଥିତି ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସ୍ବାସ୍ଥ୍ୟ ବିଭାଗର ଏହି ସମୀକ୍ଷା ବୈଠକରେ ରାଜ୍ୟରେ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇପାରେ।

prayash

ସେହିପରି ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ନିକଟରେ ରଥଯାତ୍ରା ସରିଥିବାରୁ ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି। ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ସଂକ୍ରମଣ ଖସିବ ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ।

kalyan agarbati

Comments are closed.