ଜି.ଉଦୟଗିରି : ମାମୁଁ ଘରକୁ ଯାଇ ଫେରିଲେନି ବୃଦ୍ଧ। ଜି.ଉଦୟଗିରି ବେଲକଟି ଗାଁରେ ଅଭାବନୀୟ ଘଟଣା ଘଟିଛି। ବଲେକଟି ଗାଁ ନିକଟରୁ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ରଟିଙ୍ଗିଆ ଗାଁର ଭୁବୁନି ପ୍ରଧାନ ବୋଲି ଜଣାପଡିଛି। ଭୁବୁନି କୌଣସି କାମରେ ଲୋହରିଙ୍ଗିଆ ସ୍ଥିତ
ମାମୁଁ ଘରକୁ ଯାଇଥିବା ବେଳେ ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ପରେ ବେଲକଟି ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଜି.ଉଦୟଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।



