ଅଲିଭ ଅଏଲ୍ –
ବାହାରୁ ଘରକୁ ଆସିବା ପରେ କ୍ଲିଜରରେ ମୁହଁ ପୋଛିବା ପରେ ଅଲିଭ ଅଏଲ୍ ନେଇ ତ୍ୱଚାରେ ମାଲିସ କରନ୍ତୁ। ଏହା ପରେ ତଉଲିଆକୁ ଉଷୁମ କରି କିଛି ସମୟ ମୁହଁରେ ଲଗାନ୍ତୁ। ଏହି ଉପାୟ ମୁହଁର ଚମକ ବୃଦ୍ଧି କରିଥାଏ। ଏହା ପ୍ରାକୃତିକ ମଶ୍ଚରାଇଜରର କାର୍ୟ୍ୟ କରିଥାଏ।
ଲିପ ବାମ୍ –
ଶୀତ ଦିନେ ଓଠ ଅଧିକ ଶୁଷ୍କ ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭେସଲିନ୍ ରେ ଅଳ୍ପ କିଛି ବୁନ୍ଦା ଭିଟାମିନ ଇ ତେଲ ମିଶାନ୍ତୁ। ନିୟମିତ ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇ ଶୁଅନ୍ତୁ। ଏହା ଓଠକୁ କୋମଳ କରିଥାଏ।
ପାନ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି।
ଯାହା ମୁହଁର ଦାଗ ଦୂର କରିଥାଏ। ଗୋଟିଏ କିମ୍ବା ଦୁଇଟି ପାନ ପତ୍ରକୁ ଭିଜାଇ କିଛି ସମୟ ରଖନ୍ତୁ।
ଏହାପରେ ଏହାକୁ ପେଷି ଦିଅନ୍ତୁ। ଏହି ପେଷ୍ଟରେ ହଳଦୀ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ।
ସପ୍ତାହକୁ ୨ଥର ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଶୀତଦିନିଆ ତ୍ୱଚା ପାଇଁ ନିଶ୍ଚୟ ବ୍ୟବହାର କରନ୍ତୁ ଏହି ୩ଟି ଜିନିଷ
Popular Categories



