nua o banner

ଆମେରିକାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହଟହଟା

BSKY banner  750×100
0

ନ୍ୟୁୟର୍କ : ଆମେରିକା ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ୍‌ ଖାନ ଆବାସିଙ୍କୁ ଲଜ୍ୟା ଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ତାଙ୍କୁ ନ୍ୟୁୟର୍କର ଜନ ଅଫ କେନେଡି ଆନ୍ତର୍ଜାତିକ ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ମଧ୍ୟ ଦେଇ ଯିବାକୁ ପଡିଛି । ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଭିଡିଓ ଫୁଟେଜ ସହିତ ଏହି ଖବର ପ୍ରସାରିତ ହୋଇଛି । ନ୍ୟୁୟର୍କର ଜେଏଫକେ ଆନ୍ତର୍ଜାତିକ ବିମାନବନ୍ଦରରେ ଆବାସି ସୁରକ୍ଷା ଯାଞ୍ଚର ସମ୍ମୁଖୀନ ହେଉଥିବାବେଳେ ସେଠାରେ ଉପସ୍ଥିତ କୌଣସି ଏକ ଲୋକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ଯାହା ପରେ ଭାଇରାଲ ହୋଇଯାଇଥିଲା । ଏହି ଘଟଣା ଗତ ସପ୍ତାହର ବୋଲି କୁହାଯାଉଛି। ଆତଙ୍କବାଦକୁ ନେଇ ପାକିସ୍ତାନ ବିଶ୍ୱରେ ନିନ୍ଦିତ ହେଉଥିବାବେଳେ ମିଳିତ ଜାତିସଂଘର ଏଫଟିଏଫ ବି ପାକିସ୍ତାନକୁ ପର୍ଯ୍ୟବେକ୍ଷଣରେ ରଖିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଆମେରିକାର ଟ୍ରମ୍ପ ପ୍ରଶାସନ ପାକିସ୍ତାନର କେତେକ ଲୋକଙ୍କୁ ଭିସା ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରିକି ଆଗକୁ ପାକିସ୍ତାନ ଉପରେ ଭିସା ଏବଂ ଅନ୍ୟ ମଞ୍ଜୁରି ଉପରେ ରୋକ୍‌ ଲଗାଇବାକୁ ଆମେରିକା ଚିନ୍ତା କରୁଛି । ଏଭଳି ସ୍ଥିତିରେ ଖୋଦ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ଦେଇ ଯିବା ଘଟଣା ଲଜ୍ୟାର ବିଷୟ ହୋଇଛି। ଭିଡିଓ ଫୁଟେଜରେ ଶାହିଦ ଖାନ ଆବାସି ସୁରକ୍ଷା ଯାଞ୍ଚ ପରେ ନିଜ ପ୍ୟାଣ୍ଟ ବେଲ୍ଟ ପିନ୍ଧୁଥିବା, ଜ୍ୟାକେଟ ଆଣୁଥିବା ଓ ବ୍ୟାଗ ଧରି ଯାଉଥିବା ଦେଖିବାକୁ ମିଳୁଛି । ଏଥିରୁ ଶାହିଦ୍‌ ଖାନ ଆବାସିଙ୍କୁ ଉଲଗ୍ନ କରି ଯାଞ୍ଚ କରାଯାଇଛି ବୋଲି କେତେକ ପାକିସ୍ତାନ ଗଣମାଧ୍ୟମ ଯୁକ୍ତି କରିଛନ୍ତି । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।

Leave A Reply