www.samajalive.in
Saturday, December 6, 2025
17.1 C
Bhubaneswar

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ଵ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମ୍ମାନ ପ୍ରଦାନ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ସି ଓବ୍ରାଏନ ସୂଚନା ଦେଇଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସନ୍ଧୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଟ୍ରମ୍ପ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଲେଜିଅନ୍ ଅଫ୍ ମେରିଟ୍ ପ୍ରଦାନ କରିଥିଲେ।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଆମେରିକୀୟ ସମ୍ମାନ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଏହି ପଦକ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ନେତୃତ୍ୱ, ବିଶ୍ଵ ଶକ୍ତି ଭାବରେ ଭାରତର ଅଗ୍ରଗତି ଏବଂ ଏହା ମାଧ୍ୟମରେ ଭାରତ-ଆମେରିକାର ରଣନୀତିକ ଭାଗିଦାରୀ ବୃଦ୍ଧି ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଅବଦାନକୁ ମାନ୍ୟତା ପ୍ରଦାନ କରିଛି।

୧୯୪୨ ଜୁଲାଇ ୨୦ରେ ଆମେରିକା ସଂସଦ ଦ୍ବାରା ‘ଲେଜିଅନ ଅଫ ମେରିଟ୍‌’ ପଦକ ପ୍ରଦାନ ଆରମ୍ଭ ହୋଇଥିଲା। ଉଲ୍ଲେଖନୀୟ ସେବା ଏବଂ ସଫଳତା ଲାଗି ଆମେରିକୀୟ ସେନା, ବିଦେଶୀ ସୈନ୍ୟ ସଦସ୍ୟ ଏବଂ ରାଜନେତାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଆମେରିକାର ସର୍ବୋଚ୍ଚ ସାମରିକ ପଦକ ମଧ୍ୟରୁ ଏହି ସମ୍ମାନ ଅନ୍ୟତମ।

ଏହା ପୂର୍ବରୁ ୨୦୧୬ରେ ସାଉଦୀ ଆରବ ପକ୍ଷରୁ ମୋଦୀଙ୍କୁ ‘ଅର୍ଡର ଅଫ୍‌ ଅବ୍‌ଦୁଲ ଅଜିଜ୍‌ ଅଲ୍‌ ସଉଦ୍‌’, ‘ଷ୍ଟେଟ୍‌ ଅର୍ଡର ଅଫ ଗାଜି ଆମିର ଅମାନୁଲ୍ଲାହ ଖାନ୍‌(୨୦୧୬)’, ଗ୍ରାଣ୍ଡ କଲର୍‌ ଅଫ ଦ ଷ୍ଟେଟ୍‌ ଅଫ୍‌ ପାଲେଷ୍ଟାଇନ୍‌ ଆୱାର୍ଡ (୨୦୧୮)’, ୟୁଏଇ ପକ୍ଷରୁ ୨୦୧୯ରେ ‘ଅର୍ଡର ଅଫ୍‌ ଜାୟେଦ’ ପୁରସ୍କାର, ରୁଷ ପକ୍ଷରୁ ୨୦୧୯ରେ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ର୍ୟୁ’, ମାଳଦ୍ବୀପ ଦ୍ବାରା ୨୦୧୯ରେ ‘ଅର୍ଡର ଅଫ ଦ ଡିଷ୍ଟିଙ୍ଗଉଇସ୍‌ଡ ରୁଲ୍‌ ଅଫ ନିଶାନ ଇଜୁଦ୍ଦିନ’ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories