www.samajalive.in
Sunday, December 7, 2025
16.1 C
Bhubaneswar

ପର୍ଯ୍ୟଟନ ମାନଚିତ୍ରରେ ଦେବଦର୍ହା

ବରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଏକ ପ୍ରସିଦ୍ଧ ସ୍ଥାନ ରହିଛି। ପର୍ଯ୍ୟଟନ ମାନଚିତ୍ରରେ ଏହାର ନାମ ଦେବଦର୍ହା। ସୁନ୍ଦର ପାହାଚଶ୍ରେଣୀ ଉପରେ ଧଳା ରଙ୍ଗର ଏକ ପୁରୁଣା ମନ୍ଦିର ଏଠାରେ ରହିଛି। ମନ୍ଦିରଟି ହେଉଛି ଦେବ ଦେବ ମହାଦେବ ବାବା ଧବଳେଶ୍ୱରଙ୍କ ମନ୍ଦିର। ପ୍ରାକୃତିକ ପରିବେଶ ସହ ସାସ୍କୃତିକ ଭାବଧାରା ଏହା ଏକ ଜ୍ୱଳନ୍ତ ଉଦାହରଣ ଅଟେ। ରାଜବୋଡ଼ାସମ୍ବରର ଜମିଦାର ରାଜେନ୍ଦ୍ର ସିଂହ ଏହି ମନ୍ଦିରଟିକୁ ନିର୍ମାଣ କରିଥିଲେ।
ଧବଳେଶ୍ୱରଙ୍କ ମନ୍ଦିର ନିକଟରେ ଭୈରବ ମନ୍ଦିର ଶୋଭା ପାଉଛି। ମନ୍ଦିର ନିକଟରୁ ସୁରଙ୍ଗୀ ନଈର ଶାନ୍ତ ଶୀତଳ ରୂପକୁ ଅନୁଭବ କଲେ ମନ ବିମୋହିତ ହୋଇଯାଏ। ସୁରଙ୍ଗୀର ନଦୀର ଭୈରବ ରୂପକୁ ଦେଖିବାକୁ ହେଲେ ଆଉ ଏକ କିଲୋମିଟର ରାସ୍ତା ଯିବାକୁ ପଡ଼େ। ପାହାଡ଼ିଆ ରାସ୍ତାରେ ସୁରଙ୍ଗୀର ସୌନ୍ଦର୍ୟ୍ୟ ସତେ ଯେପରି ପ୍ରକୃତିରାଣୀ ଗୋଟିଏ ସୁଡ଼ଙ୍ଗ ଭିତରେ ସଜେଇ ହୋଇରହିଛି। ପଥୁରିଆ ରାସ୍ତା, ଶାନ୍ତ ପରିବେଶ, ଦୂରରୁ ଜଳ ପ୍ରପାତର ଶବ୍ଦ ମନରେ ରୋମାଞ୍ଚ ସୃଷ୍ଟି କରିଥାଏ।
ଛତିଶଗଡ଼ର ଶଲଣ୍ଡି ନିକଟରୁ ଏହି ନଈଟି ବାହାରି ପଥରସଜ୍ଜାରେ ଯାଇ ଏଇଠାରୁ ମାତ୍ର ଅଳ୍ପ ଦୂରରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ଏହି ନଦୀ ବହିଯାଇ ପୂଜାରୀପାଲୀରେ ଅଙ୍ଗ ନଦୀ ସହ ମିଶିଛି।
ଏଠାକାର ଜଳପ୍ରପାତର ସୌନ୍ଦର୍ୟ୍ୟ ସଂପୂର୍ଣ୍ଣ ଭିନ୍ନ ଅଟେ। ଥାକ ଥାକ ପଥୁରିଆ ପାହାଡରୁ ବୋହିଥିବା ଝରଣା ସତେ ଯେମିତି ପର୍ୟ୍ୟଟକଙ୍କ ମଧ୍ୟରେ ଏକ ଅଦ୍ଭୁତ ଆକର୍ଷଣ ସୃଷ୍ଟି କରେ।
ନଈର ଦୁଇ ପାଖରେ ଥିବା ବଡ଼ ବଡ଼ ପଥର ଖଣ୍ଡକୁ ଦେଖିଲେ ଗୋଟେ ଗୁମ୍ଫାର କାନ୍ଥ ଭଳି ଲାଗେ। ଏକାନ୍ତରରେ ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ବହୁ ସଂଖ୍ୟାରେ ପର୍ୟ୍ୟଟକ ଏଠାକୁ ଧାଇଁ ଆସନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories