www.samajalive.in
Saturday, December 13, 2025
27.1 C
Bhubaneswar

୨୦୨୦ ସୁଦ୍ଧା ଆମେରିକାର ମହାକାଶ ସୈନ୍ୟ ବାହିନୀ

ୱାଶିଂଟନ : ରୁଷିଆ ଓ ଚୀନ୍‍ ପଟୁ ରହିଥିବା ବିପଦ ଓ ସାମରିକ ପ୍ରତିଯୋଗିତାକୁ ପ୍ରତିହତ କରିବା ପାଇଁ ଆମେରିକା ମହାକାଶ ସୈନ୍ୟବାହିନୀ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ମହାକାଶକୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବା ଯୋଜନା ପ୍ରସ୍ତୁତ କରିଛି। ଏହା ଆମେରିକାର ଷଷ୍ଠ ସୈନ୍ୟ ବାହିନୀ ହେବ। ୨୦୨୦ ସୁଦ୍ଧା ଏହା ଚୂଡ଼ାନ୍ତ ରୁପରେଖ ନେବ ବୋଲି ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ ସୂଚନା ଦିଆଯାଇଛି।
ଆମେରିକୀୟଙ୍କର ମହାକାଶ ପ୍ରତି ଦୁର୍ବଳତା ରହିଛି; କିନ୍ତୁ ଏହାକୁ ସାମରିକ ଉଦ୍ଦେଶ୍ୟରେ ଉପଯୋଗ କରିବା ଏକ ମହତ୍ତ୍ୱାକାଙ୍‍କ୍ଷୀ ଯୋଜନା। ଏହାକୁ ଚରିତାର୍ଥ କରିବା ପାଇଁ କଂଗ୍ରେସର ଅନୁମୋଦନ ଆବଶ୍ୟକ। ଏହି ବ୍ୟୟବହୁଳ ଯୋଜନା ପାଇଁ ମହାକାଶ ଓ ପ୍ରତିରକ୍ଷା ବିଶେଷଜ୍ଞଙ୍କ ସହିତ ଅମଲାତନ୍ତ୍ରର ମତ ମଧ୍ୟ ଆବଶ୍ୟକ। ଉପରାଷ୍ଟ୍ରପତି ମାଇକ ପେନ୍ସ ଏହି ଯୋଜନା ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ମହାକାଶରେ ଆମେରିକାର ଆଧିପତ୍ୟ ଜାହିର କରିବାକୁ ଚାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମହାକାଶ ବର୍ତ୍ତମାନ ଯେମିତି ବିଭିନ୍ନ କାରଣରୁ ବ୍ୟସ୍ତବହୁଳ ହେଲାଣି ଏହାକୁ ବିଚାର କରି ଆମେରିକା ଭବିଷ୍ୟତର କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ। ମହାକାଶକୁ ଭବିଷ୍ୟତର ଯୁଦ୍ଧକ୍ଷେତ୍ର ଭାବେ ଉପସ୍ଥାପନ କରିବା ସହ ସେଠାରେ ଯେମତି ଆମେରିକା ଅପରାଜେୟ ରହିବ ସେ ଦିଗରେ ଦେଶର ସୈନିକମାନେ ଦୁଃସାହସ ପ୍ରଦର୍ଶନ କରିବା ଉଚିତ।
ପେନ୍ସଙ୍କ ଏହି ବକ୍ତବ୍ୟ ଆଧାରରେ ଟ୍ରମ୍ପ କହିଛନ୍ତି ଯେ ଆଗକୁ ମହାକାଶ ବାହିନୀ ହିଁ କାର୍ଯ୍ୟ କରିବ। ବିମାନ ଓ ଅନ୍ୟ ବାହିନୀ ଭଳି ଏହି ବାହିନୀ ଉପଯୁକ୍ତ ମାନ୍ୟତା ଲାଭ କରିବ। ଏହି ବାହିନୀ ରୁଷିଆ ଓ ଚୀନ୍‍ର ପ୍ରତ୍ୟେକ ଉପଗ୍ରହ ଭିତ୍ତିକ ତଥା ଇଲେକ୍‍ଟ୍ରୋନିକ ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହେବ। ଏହି ଯୋଜନାକୁ ପ୍ରତ୍ୟେକ ଦେଶବାସୀ ସମର୍ଥନ କରିବା ପାଇଁ ଟ୍ରମ୍ପ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଗତ ଜୁନ୍‍ ମାସରେ ସ୍ୱତନ୍ତ୍ର ମହାକାଶ ସୈନ୍ୟ ବାହିନୀ ପ୍ରସ୍ତୁତ କରିବାକୁ ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‍କୁ ନିର୍ଦେଶ ଦେଇଥିଲେ। ଏହା ଆପାତତଃ କାର୍ଯ୍ୟକାରୀ ହୋଇଛି। ଆସନ୍ତା ବଜେଟ୍‍ରେ ଏ ବାବଦରେ ଅର୍ଥ ବରାଦ କରାଯିବ। ଏଥିପାଇଁ ପ୍ରଶାସନର ସମସ୍ତ ସହଯୋଗ ମିଳିବ ବୋଲି ପେନ୍ସ କହିଛନ୍ତି। ପ୍ରତିରକ୍ଷା ସଚିବ ଜିମ୍‍ ମାଟ୍ଟିସ୍‍ ମଧ୍ୟ ଏହାକୁ ସମର୍ଥନ ପୂର୍ବକ ଯୋଜନାକୁ ଆଗେଇ ନେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories