www.samajalive.in
Thursday, December 11, 2025
18.1 C
Bhubaneswar

୨ୟ ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୧୦୭ ରନ୍‌ରେ ଅଲ୍‌ଆଉଟ୍‌

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥାନୀୟ ଲର୍ଡସ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ବାଧକ ସାଜିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଭାରତ ଶୁକ୍ରବାର ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ମାତ୍ର ୧୦୭ ରନ୍‍ କରି ଅଲଆଉଟ୍‍ ହୋଇଯାଇଛି। ଭାରତ ପକ୍ଷରୁ ଅଶ୍ୱିନ୍‍ ସର୍ବାଧିକ ୨୯ ରନ୍‍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୨୩ ରନ୍‍ କରିଥିଲେ। ଇଂଲଣ୍ଡ ତରଫରୁ ଆଣ୍ଡରସନ ୫ଟି ୱିକେଟ୍‍ ହାସଲ କରିଥିଲେ।
ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଶୁକ୍ରବାର ପାଗ ଅନୁକୂଳ ରହିବାପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‍ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ। ଆଦ୍ରତାପୂର୍ଣ୍ଣ ବାତାବରଣରେ ରୁଟ୍‍ଙ୍କ ଏହି ନିଷ୍ପତ୍ତି ସ୍ୱାଭାବିକ ଥିଲା। ଇଂଲଣ୍ଡ ଫାଷ୍ଟ ବୋଲରମାନେ ମଧ୍ୟ ସଠିକ୍‍ ଲାଇନ ଲେନ୍‍ଥରେ ବୋଲିଂ କରି ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ। ମୁରଲୀ ବିଜୟ ଓ ଲୋକେଶ ରାହୁଲ ଭାରତୀୟ ଇନିଂସ ଓପନ କରିଥିଲେ। ଜେମ୍‍ସ ଆଣ୍ଡରସନ ବୋଲିଂ କରିଥିବା ଇନିଂସର ପ୍ରଥମ ଓଭରର ପଞ୍ଚମ ବଲରେ ବିଜୟ ଶୂନ୍ୟ ରନରେ ଆଉଟ ହେବାଫଳରେ ଭାରତକୁ ପ୍ରାରମ୍ଭିକ ଝଟ୍‍କା ଲାଗିଥିଲା। ରାହୁଲ ଦୁଇଟି ଚୌକା ସହାୟତାରେ ୮ ରନ କରିଥିବାବେଳେ ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ୧୦ ରନ୍‍ରେ ୨ଟି ୱିକେଟ ହରାଇବାପରେ ଭାରତ ଅସୁବିଧାର ସମ୍ମୁଖୀନ ହୋଇଥିଲା। ୬.୩ ଓଭରରେ ଭାରତର ସ୍କୋର ୨ ୱିକେଟରେ ୧୧ ରନ ହୋଇଥିବାବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଅମ୍ପାୟାର ଏହି ଅବସରରେ ମଧ୍ୟାହ୍ନ ଭୋଜନ ପାଇଁ ଅନୁମତି ଦେଇଥିଲେ।
ବିରତି ପରେ ବର୍ଷା ଛାଡିବା ଫଳରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା। ଦଳୀୟ ସ୍କୋର ୧୫ ରନରେ ପୂଜାରା ରନ୍‍ଆଉଟ ହେବାଫଳରେ ଦଳୀୟ ସ୍ଥିତି ବିପନ୍ନ ହୋଇପଡିଥିଲା। ପୂଜାରା ୨୫ଟି ବଲରୁ କେବଳ ୧ ରନ ସ୍କୋର କରିଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ତ୍ରୁଟି ଯୋଗୁଁ ଭାରତ ଅଯଥାରେ ପୂଜାରାଙ୍କ ୱିକେଟ ହରାଇଥିଲା। ଆଣ୍ଡରସନଙ୍କ ବଲକୁ ପୂଜାରା ପଏଣ୍ଟ ଅଞ୍ଚଳକୁ ଖେଳିଥିଲେ। ପୂଜାରାଙ୍କ ଡକରାକୁ ସମର୍ଥନ ଜଣାଇ କୋହଲି କ୍ରିଜରେ କିଛି ବାଟ ଆଗେଇ ଆସିବାପରେ ପୁଣି ନନ୍‍ ଷ୍ଟ୍ରାଇକର ପଟକୁ ଫେରିଯାଇଥିଲେ। ସେତେବେଳେ ପୂଜାରା କ୍ରିଜ୍‍ ମଝିରେ ଥିବାରୁ ଫେରିବା ପାଇଁ ସୁଯୋଗ ପାଇନଥିଲେ। ଭାରତୀୟ ଇନିଂସରେ ୮.୩ ଓଭର ବୋଲିଂ ହୋଇଥିବାବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ପ୍ରାୟ ତିନି ଘଣ୍ଟା ପରେ ପାଗ ଶୁଖିଲା ରହିବାରୁ ଖେଳ ପୁଣି ଆରମ୍ଭ ହୋଇଥିଲା। କୋହଲି ୨ଟି ଚୌକା ସହାୟତାରେ ୨୪ ରନ୍‍ କରି ୱକ୍‍ସଙ୍କ ବଲ୍‍ରେ ଆଉଟ୍‍ ହୋଇଥିବା ବେଳେ ହାର୍ଦିକ ୧୧ ରନ୍‍ କରି ୱକ୍‍ସଙ୍କ ବଲ୍‍ର ଶିକାର ହୋଇଥିଲେ। କାର୍ତ୍ତିକ ୧ ରନ୍‍ କରି ଆଉଟ୍‍ ହୋଇଥିବା ବେଳେ ଅଶ୍ୱିନ୍‍ ୪ଟି ଚୌକା ସହାୟତାରେ ୨୯ ରନ୍‍ କରି ଆଉଟ୍‍ ହୋଇଥିଲେ। ସାମି ୧୦ ରନ୍‍ କରି ଅପରାଜିତ ରହିଥିଲେ।
ଭାରତୀୟ ଦଳରେ ଶିଖର ଧାୱନଙ୍କ ସ୍ଥାନରେ ଚେତେଶ୍ୱର ପୂଜାରା ଓ ଉମେଶ ଯାଦବଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ଇଂଲଣ୍ଡ ଦଳରେ ବେନ୍‍ ଷ୍ଟୋକ୍‍ସଙ୍କ ସ୍ଥାନରେ ନବାଗତ ଓଲି ପୋପ୍‍ ଟେଷ୍ଟ ଖେଳିବାର ସୁଯୋଗ ହାସଲ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories