www.samajalive.in
Monday, December 15, 2025
26.1 C
Bhubaneswar

ଚୀନ୍‍କୁ ବିଶେଷଜ୍ଞ ଦଳ ପଠାଇବ ଆମେରିକା

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ କହିଛନ୍ତି, କରୋନା ଭୂତାଣୁ ସଂକ୍ରାନ୍ତରେ ତଦନ୍ତ ପାଇଁ ଆମେରିକା ଚୀନ୍‍କୁ ଏକ ବିଶେଷଜ୍ଞ ଦଳ ପଠାଇବାକୁ ଚାହୁଁଛି। କରୋନା ଭୂତାଣୁର ସଂକ୍ରମଣ ପାଇଁ ଚୀନ ଯଦି ଜାଣିଶୁଣି ଦାୟୀ ରହିଥାଏ, ତେବେ ଚୀନକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଚେତାବନୀ ଦେବାର ଦିନକ ପରେ ଟ୍ରମ୍ପ ଏହା କହିଛନ୍ତି। କରୋନା ଭୂତାଣୁକୁ ଏକ ପ୍ଲେଗ୍‍ ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ହ୍ୱାଇଟ୍‍ ହାଉସ୍‍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚୀନର ଆଭିମୁଖ୍ୟକୁ ନେଇ ସେ ଆଦୌ ସନ୍ତୁଷ୍ଟ ନୁହନ୍ତି। କାରଣ ଚୀନର ୱୁହାନ ସହରରେ ଗତବର୍ଷ ଡିସେମ୍ବର ମାସରୁ ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା।

ୱୁହାନ ଭୂତାଣୁ ଗବେଷଣା ପ୍ରତିଷ୍ଠାନରୁ ଏହି ଭୂତାଣୁ ଅନ୍ୟ ସ୍ଥାନକୁ ବ୍ୟାପିଥିବାର ସମ୍ଭାବନା ବିଷୟରେ ଆମେରିକା ତଦନ୍ତ ଆରମ୍ଭ କରିଦେଇଛି। କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ଚୀନର ଆଭିମୁଖ୍ୟକୁ ନେଇ ଟ୍ରମ୍ପ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ଚୀନ୍‍ କୌଣସି ବିଷୟରେ ଖୋଲାଖୋଲି ତଥ୍ୟ ଦେଉନାହିଁ ଓ ପ୍ରାରମ୍ଭିକ ସ୍ତରରେ ଆମେରିକା ସହିତ ସହଯୋଗ କରିନାହିଁ ବୋଲି ସେ ଦୋଷାରୋପ କରିଛନ୍ତି। ଆମେରିକାରେ କୋଭିଡ୍‍ ନାଇଣ୍ଟିନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୧ହଜାରରେ ପହଞ୍ଚିଥିବା ବେଳେ ମୋଟ୍‍ ୭ଲକ୍ଷ ୬୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories