www.samajalive.in
Saturday, December 6, 2025
15.1 C
Bhubaneswar

ଘର ଘର ବୁଲି ପାଠ୍ୟ ପୁସ୍ତକ ବାଣ୍ଟିଲେ ଶିକ୍ଷକ ଓ ଶିକ୍ଷୟତ୍ରୀ

ଲାଞ୍ଜିଗଡ: ଲାଞ୍ଜିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ମହାକୁଡଙ୍କ ନେତୃତ୍ୱରେ ଶିକ୍ଷକ ଦୁର୍ଗାମାଧବ ମହାକୁଡ, ଡମ୍ବୁରୁଧର ସାହୁ,ମୁରଲୀଧର ଗଉଡ, ଶିକ୍ଷୟତ୍ରୀ ହେମାମାଳିନି ସାହୁ ଓ ସୁଜାତା ଦାସ ପ୍ରମୁଖ ଘର ଘର ବୁଲି ଦ୍ୱିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି। ଲାଞ୍ଜିଗଡର ପ୍ରଧାନୀପଡା, ଡମ୍ବବିଶିପଡା, ପାତ୍ରପଡା, ସିଲପାଭଟ୍ଟା, କଲୋନିପଡା, ଗୋଇପଟ୍ଟା ଓ ବଳଭଦ୍ରପୁରକୁ ଯାଇ ସମୁଦାୟ ୩୦୬ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରିଥିବା ବେଳେ ଲାଞ୍ଜିଗଡ ବ୍ଲକର ୧୩ଗୋଟି କ୍ଲଷ୍ଟର ୨୧୮ଟି ସ୍କୁଲର ୧୪୩୪୩ଜଣ ଛାତ୍ରଛାତ୍ରୀଙ୍କୁ ୮୯୩୯୪ଖଣ୍ଡ ବହି ପ୍ରଦାନ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ସଞ୍ଜିବ କୁମାର ନାଏକ ପ୍ରକାଶ କରିଛନ୍ତି। ସାରା ରାଜ୍ୟରେ କରୋନା ପାଇଁ ରାଜ୍ୟ ସରକାର ଜୁନମାସ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁସ୍ତକ ଯୋଗାଇ ଦେଇଥିବାରୁ ଲକ୍ଡାଉନ୍ ସମୟରେ ପିଲାମାନେ ଘରେ ପାଠ ପଡି ପାରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହାକୁଡ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories