www.samajalive.in
Tuesday, December 9, 2025
15.1 C
Bhubaneswar

ବିଦେଶୀ ପୁଞ୍ଜି ନିବେଶ: ଭାରତ ରୋକିଲା, ଚୀନକୁ ବାଧିଲା

ନୂଆଦିଲ୍ଲୀ : ବିଦେଶୀ ପୁଞ୍ଜିନିବେଶ ସଂକ୍ରାନ୍ତରେ ଭାରତ ସରକାର ନିକଟରେ ଗ୍ରହଣ କରିଥିବା ପଦକ୍ଷେପ ଚୀନକୁ ବେଶ୍ ବାଧିଛି । ଭାରତର ଏହି ନିଷ୍ପତ୍ତି ‘ଏକଦେଶଦର୍ଶୀ’ ବୋଲି ଉଲ୍ଲେଖ କରି ଚୀନ୍ ନୂଆ ନିୟମ ବିଶ୍ବ ବାଣିଜ୍ୟ ସଙ୍ଗଠନ ନିୟମର ଉଲ୍ଲଙ୍ଘନ ବୋଲି ମତ ଦେଇଛି । ମୁକ୍ତ ଓ ସ୍ବଚ୍ଛ ବାଣିଜ୍ୟ ନୀତି କ୍ଷେତ୍ରରେ ଭାରତ ସରକାରଙ୍କ ପଦକ୍ଷେପ ପ୍ରତିବନ୍ଧକ ବୋଲି ଚୀନ ସରକାରଙ୍କ ମୁଖପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଚୀନା ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ  “ନିର୍ଦ୍ଦିଷ୍ଟ କିଛି ଦେଶର ନିବେଶକମାନଙ୍କ ପାଇଁ ଭାରତ ପକ୍ଷରୁ ଅଣାଯାଇଥିବା ଅତିରିକ୍ତ ପ୍ରତିବନ୍ଧକଗୁଡିକ ଡବ୍ଲୁଟିଓ ନୀତି ଉଲ୍ଲଂଘନ କରୁଛି ଏବଂ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗର ଉଦାରୀକରଣ ଧାରା ବିରୋଧରେ ଯାଉଛି। ଆମେ ଆଶା କରୁଛୁ ଭାରତ ବିଭିନ୍ନ ଦେଶକୁ ସମାନ ଭାବେ ଦେଖିବ ଏବଂ ଏକ ମୁକ୍ତ, ସ୍ୱଚ୍ଛ ଓ ସମାନ ବ୍ୟବସାୟିକ ପରିବେଶ ଦେବ।”

ଭାରତରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଦୁଇଟି ବ୍ୟବସ୍ଥା ରହିଛି । ସ୍ବୟଂଚାଳିତ ବ୍ୟବସ୍ତା ଅନୁସାରେ ପୁଞ୍ଜିନିବେଶ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମତି ନେବାର ଆବଶ୍ୟକତା ନ ଥାଏ । ଅନ୍ୟଟି ହେଉଛି ସରକାରୀ ମାର୍ଗ । ଯେଉଁ ବ୍ୟବସ୍ଥାରେ କେନ୍ଦ୍ରର ଅନୁମତି ବିନା ଏହି ପୁଞ୍ଜିନିବେଶ ପୁଞ୍ଜିନିବେଶ ସମ୍ଭବ ହୋଇପାରେ ନାହିଁ । କରୋନା ସ୍ଥିତିରେ ଦୁର୍ବଳ ହୋଇ ପଡ଼ିଥିବା ଭାରତୀୟ କମ୍ପାନୀଗୁଡ଼ିକୁ ବିଦେଶୀ କମ୍ପାନୀ ଅଧିଗ୍ରହଣ ସମ୍ଭବ ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଏହାଉପରେ ଅଙ୍କୁଶ ଲଗାଇଛନ୍ତି । ନୂଆ ନିୟମ ଦ୍ୱାରା ‘କରୋନା ମହାମାରୀ ସମୟରେ ଭାରତୀୟ କମ୍ପାନୀଙ୍କର ସୁବିଧାବାଦୀ ଅଧିଗ୍ରହଣ’ ଉପରେ କଟକଣା ଲାଗି ପାରିବ ।

- Advertisement -

ଏ ପର୍ଯ୍ୟନ୍ତ ପ୍ରତିରକ୍ଷା, ଟେଲିକମ, ଗଣମାଧ୍ୟମ, ଫାର୍ମାସ୍ୟୁଟିକାଲ୍ସ ଓ ବୀମାକୁ ଛାଡି ବାକି କ୍ଷେତ୍ରରେ ନିବେଶ ପାଇଁ ସରକାରଙ୍କଠୁ ମଞ୍ଜୁରୀ ନେବାକୁ ପଡୁନଥିଲା । ଏବେ ସରକାର ଏଥିରେ ସଂଶୋଧିତ କରି ନିୟମ କରିଛନ୍ତି ଯେ, ଭାରତର ସୀମା ସହିତ ଲାଗି ରହିଥିବା ଦେଶ ଭାରତରେ ଯେ କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ସରକାରଙ୍କ ମଞ୍ଜୁରୀ ନେବାକୁ ପଡିବ।

ମିଳିଥିବା ସୂଚନା ଅନୁଯାୟୀ, କରୋନା ଜନିତ ସ୍ଥିତିରୁ ଚାଇନା ଫାଇଦା ଉଠାଇବାକୁ ଯୋଜନା କରିଥିବା ସୂଚନା ମିଳିବା ପରେ ଭାରତ ସରକାର ଏ ଦିଗରେ ତୁରନ୍ତ ନୂତନ ପୁଞ୍ଜିନିବେଶ ନୀତି ଗ୍ରହଣ କରିଛନ୍ତି ।  ଯାହାଫଳରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର କମ୍ପାନୀ ଭାରତରେ ନିବେଶ କରିବାକୁ ହେଲେ ଏଣିକି ସରକାରଙ୍କଠାରୁ ଅନୁମତି ନେବାକୁ ହେବ । ସେମାନେ ପୂର୍ବପରି ସ୍ବୟଂକ୍ରିୟ  ନିବେଶ କରିପାରିବେନି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ ଚାଇନାର ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସିର ୧.୦୧% ଶେୟାର କିଣିବାରେ କିଛି ଅସୁବିଧା ହେବନି। କାରଣ ଏହାର ପରିମାଣ ୧୦%ରୁ କମ୍‌ ରହିଛି। ନୂଆ ନୀତି ୧୦%ରୁ ଅଧିକ ଶେୟାର ହୋଲ୍ଡିଂସ୍‌ କିଣାବିକାରେ ଲାଗୁ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories