www.samajalive.in
Saturday, December 6, 2025
14.1 C
Bhubaneswar

ରାଇନା ଧୋନିଙ୍କ ପ୍ରିୟ ଖେଳାଳି, ଦାଦା ମୋର ପ୍ରିୟ ଅଧିନାୟକ : ଯୁବରାଜ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ସୋମବାର କହିଛନ୍ତି ଯେ, ମହେନ୍ଦ୍ର ସିଂହ ଧୋନିଙ୍କର ପ୍ରିୟ ଖେଳାଳି ହେଉଛନ୍ତି ସୁରେଶ ରାଇନା। ଏପରିକି ରାଇନାଙ୍କୁ ଧୋନିଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିଥିବା ଯୁବରାଜ କହିଛନ୍ତି। ଧୋନି ତାଙ୍କଠାରୁ ରାଇନାଙ୍କୁ ଅଧିକ ଭଲ ପାଉଥିଲେ ବୋଲି ଯୁବରାଜ କହିଛନ୍ତି।
ଯୁବରାଜ ଆହୁରି କହିଛନ୍ତି ଯେ, ୨୦୧୧ ବିଶ୍ୱକପ ସମୟରେ ଧୋନିଙ୍କୁ ଟିମରେ ୟୁସୁଫ ପଠାନ, ରାଇନା ଏବଂ ମୋ ମଧ୍ୟରେ ଦୁଇ ଜଣଙ୍କୁ ଚୟନ କରିବାର ଥିଲା। ଧୋନି ରାଇନାଙ୍କୁ ସମର୍ଥନ କରୁଥିବାରୁ ରାଇନାଙ୍କର ଖେଳିବା ନିଶ୍ଚିତ ଥିଲା। ରାଇନା ସେହି ସମୟରେ ଭଲ ଫର୍ମରେ ନଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ। ଅନ୍ୟପକ୍ଷରେ ମୁଁ ଏବଂ ୟୁସୁଫ ଉଭୟ ଭଲ ଖେଳ ପ୍ରଦର୍ଶନ କରୁଥିଲୁ। ତା’ପରେ ଟିମରେ ବାମହାତୀ ସ୍ପିନର ନଥିଲେ ଏବଂ ମୁଁ ୱିକେଟ୍ ମଧ୍ୟ ନେଉଥିଲି, ତେଣୁ ମୋତେ ଖେଳାଇବା ଛଡ଼ା ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନଥିଲା।
ସେହିଭଳି ଯୁବରାଜ ସିଂହ ବିସିସିଆଇ ସଭାପତି ଗାଙ୍ଗୁଲିଙ୍କୁ ପ୍ରଶଂସା କରିଛନ୍ତି। ସେ ଗାଙ୍ଗୁଲିଙ୍କୁ ତାଙ୍କ କ୍ରିକେଟ କ୍ୟାରିଅରର ପ୍ରିୟ ଅଧିନାୟକ ବୋଲି କହିଛନ୍ତି। ସେ କହିଛନ୍ତି, ’ଦାଦା ମୋର ପ୍ରିୟ ଅଧିନାୟକ। ସେ ମୋତେ ବହୁତ ସମର୍ଥନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories