www.samajalive.in
Saturday, December 6, 2025
26.1 C
Bhubaneswar

Live updates: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ବିଭିନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଶ ଫଳପ୍ରଦ ହୋଇଛି। ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ଶିଖର ଛୁଇଁ ପାରିଛି ବୋଲି ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି ଯେ ପୂର୍ବ ଅପେକ୍ଷା ଭାରତୀୟମାନେ ଆମେରିକାକୁ ଅଧିକ ପସନ୍ଦ କରୁଛନ୍ତି। ଆମେରିକା ଠାରୁ ଭାରତ ବହୁ ପରିମାଣର ସେନା ସାମଗ୍ରୀ କ୍ରୟ କରୁଥିବା ବିଷୟ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ ଆଗାମୀ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଭାରତ ଓ ଆମେରିକା ଅଧିକ ନିକଟତର ହେବାକୁ ଯାଉଛନ୍ତି।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ ଭାରତ ମଧ୍ୟ ଆଫଗାନିସ୍ତାନରେ ଶାନ୍ତି ଚାହେଁ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆତଙ୍କବାଦ ଦମନ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ଓ ସେଥିପାଇଁ ସଠିକ ଉପାୟ ଅବଲମ୍ବନ କରି ଆଫଗାନିସ୍ତାନକୁ ଆତଙ୍କ ମୁକ୍ତ ରାଷ୍ଟ୍ର ଗଠନ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ସେ କହିଛନ୍ତି ଯେ ଆମେ ଅଲ-ବାଗଦାଦିକୁ ନିପାତ କଲୁ, କ୍ୱାସିମ ସୁଲେମାନୀକୁ ମଧ୍ୟ ନିପାତ କଲୁ, ସେ କ୍ଷେତ୍ରରେ ଆମେରିକା ଯାହା କରିବା କଥା ତାହା କରୁଛି। କିନ୍ତୁ ରୁଷ, ଇରାନ, ଇରାକ ଓ ସିରିୟା ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି।

- Advertisement -

ଟ୍ରମ୍ପ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଚାହାନ୍ତି ଲୋକମାନେ ଧର୍ମୀୟ ସ୍ୱାଧୀନତା ହାସଲ କରନ୍ତୁ ଓ ସେ ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା ହୋଇଥିବା ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର କିଛି ଅଞ୍ଚଳରେ ଦେଖା ଦେଇଥିବା ହିଂସା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଟ୍ରମ୍ପ କହିଛନ୍ତି ଯେ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ସେ ମୋଦିଙ୍କ ସହ ସେ ବିଷୟରେ ଆଲୋଚନା କରିନାହାନ୍ତି।

ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଂକୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ ଗତ କାଲିର କାର୍ଯ୍ୟକ୍ରମରେ ଭାରତୀୟମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ସେ ଅତ୍ୟନ୍ତ ଖୁସି ଓ ସେ ଆଗରୁ କେବେ ଏଭଳି ଦେଖିନଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଶାନ୍ତ ସରଳ ଓ ଧାର୍ମିକ ବ୍ୟକ୍ତି। କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଦୃଢ। ଟ୍ରମ୍ପ କହିଛନ୍ତି, ମୋଦୀ ସବୁବେଳେ ଦେଶ ଓ ଦେଶବାସୀଙ୍କ ପାଇଁ କାର୍ଯ୍ୟ କରନ୍ତି। ବିଶ୍ୱରୁ କିଭଳି ଆତଙ୍କବାଦ ଦୂର ହେବ ସେ ନେଇ ମୋଦୀ ବହୁତ ଚିନ୍ତିତ ବୋଲି ଟ୍ରମ୍ପ କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି।

ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି ଯେ ଭାରତ ପକ୍ଷରୁ ନିଆଯାଉଥିବା ଅଧିକ ଆମଦାନୀ ଶୁଳ୍କ ଗ୍ରହଣୀୟ ନୁହେଁ। ତେବେ ଏ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ବୋଲି ସେ କହିଛନ୍ତି। ସେ ସାମ୍ବାଦିକମାନଙ୍କୁ ସିଧା ସଳଖ ଭାବେ କହିଛନ୍ତି ଯେ ସେ ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ସମସ୍ୟା ଉପରେ କୌଣସି ଟିପ୍ପଣୀ କରିବାକୁ ଚାହାନ୍ତି ନାହିଁ କାରଣ ତାହା ଭାରତ ପାଇଁ ନିଜସ୍ୱ ପ୍ରସଙ୍ଗ। ଟ୍ରମ୍ପ ମୋଦୀଙ୍କ ସହ ପାକିସ୍ତାନ ପ୍ରସଙ୍ଗରେ ଆଲୋଚନା କରିଥିବା ବିଷୟ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୀମା ପାର ଆତଙ୍କବାଦ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories